Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜଳଙ୍ଗଗଣ୍ଡିବେଡ ଚଣ୍ଡିଠାକୁରାଣୀ ଶକ୍ତିପୀଠରେ ଜାଗର ଯାତ୍ରା ପାଳିତ

1 min read

ବାଲେଶ୍ଵର,୨୧/୨–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଙ୍ଗଗଣ୍ଡିବେଡ ଠାରେ ଥିବା ଚଣ୍ଡିଠାକୁରାଣୀଙ୍କ ଶକ୍ତି ପୀଠ ପରିସରରେ ଥିବା ୫ମହାଦେବଙ୍କ ମହାଶିବରାତ୍ରି ତଥା ଜାଗର ଯାତ୍ରା ଅନୁଷ୍ଠିତ ହୋଇଯାଛି । ସକାଳ ୬ଘଟିକାଠାରୁ ଶହ ଶହ ଶିବଭକ୍ତ ଶ୍ରଦ୍ଧାଳୁମାନେ ଦୀପଜାଳି ଜାଗର ଓଷା ବ୍ରତ ପାଳନ କରିଛନ୍ତି । ବିଭିନ୍ନ ମାନସିକଧାରୀ ମାନଙ୍କର ମାନସିକ ପୂରଣ ହେଉଥିବାରୁ ଉକ୍ତ ଗ୍ରାମର ମାନସିକଧାରିଣୀ ମଞ୍ଜୁଲତା ପାଣିଗ୍ରାହୀ ସିନ୍ଧୁକେଶ୍ଵରଙ୍କୁ ଏକ ବଡ଼ ଚାନ୍ଦୀ ମୁକୁଟ ପ୍ରଦାନ କରିଥିଲେ ।

ରାତି ୧୦ଟା ପରେ ମହାଦେବଙ୍କ ମହାଦୀପ ଗ୍ରାମବାସୀ ପ୍ରମୋଦ ବେହେରାଙ୍କ ଦ୍ବାରା ଉଠିବ ବୋଲି ମନ୍ଦିର ଟ୍ରଷ୍ଟବୋର୍ଡର ସଭାପତି ପ୍ରଫୁଲ୍ଲ କୁମାର ଦାସ ପ୍ରକାଶ କରିଛନ୍ତି । ସେବାୟତ ପଣ୍ଡିତ ତ୍ରୈଲୋକ୍ଯ ତିଆଡି,ଉପେନ୍ଦ୍ର ତିଆଡି,ଉମାକାନ୍ତ ପଣ୍ଡା,ବେଣୁଧର ତିଆଡି ପ୍ରମୁଖ ମିଳିମିଶି ମନ୍ଦିର ପରିସରରେ ଥିବା ସମସ୍ତ ଦେବାଦେବୀ, ୫ ମହାଦେବ ଯଥା-ସିନ୍ଧୁକେଶ୍ଵର,ବାମନେଶ୍ଵର,ଯୋଗେଶ୍ଵର,ଗଙ୍ଗେଶ୍ଵର ଓ ଖଗେଶ୍ଵର,ଚଣ୍ଡିଠାକୁରାଣୀ,ଜୟ ହନୁମାନ, ଶନିଶ୍ଚର,ବରଦା ଗଣେଶଙ୍କୁ ଯଥାଵିଧି ପୂଜାର୍ଚ୍ଚନା କରିଥିଲେ । ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା ପ୍ରଫୁଲ୍ଲ କୁମାର ଦାସ,ସୁଶାନ୍ତ ମହାପାତ୍ର, ଅକ୍ଷୟ କୁମାର ଦାସ,ନାରାୟଣ ଦାସ,ରବିନ୍ଦ୍ର କୁମାର ଦାସ,ଭଗବାନ ଦାଶ,ଅନନ୍ତ ପଣ୍ଡା, ନାରାୟଣ ଦାସ, ବନବିହାରୀ ରଣା,ଶତ୍ରୁଘ୍ନ ଦାସ ଓ ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଉକ୍ତ ଗ୍ରାମର ଚଣ୍ଡିମାତା ଭଜନ ମଣ୍ଡଳୀର ମୁଖ୍ୟ କାଶିନାଥ ଦାସ, ଅର୍ଜୁନ ପଣ୍ଡା,ରବିନ୍ଦ୍ର ସାହୁ,ଗୌରାଙ୍ଗ ତ୍ରିପାଠୀ, ବାବାଜି ଚରଣ ରାଉଳ, ରବିନ୍ଦ୍ର ସାହୁ, ବାଇଧର ଓ ବାବୁ ଦାସ ପ୍ରମୁଖ ଭଜନ ଓ କିର୍ତ୍ତନ କରିଥାନ୍ତି । ଗ୍ରାମବାସୀମାନେ ମଧ୍ୟ ଭଜନ କିର୍ତ୍ତନରେ ସାମିଲ ହୁଅନ୍ତି । ଏଥିସହିତ ଆଗାମୀ ତା ୯/୩/୨୦୨୦ରିଖରେ ଗାଁ ଦୋଳମହୋତ୍ସବ ପାରମ୍ପରିକ ଭାବେ ପାଳନ କରାଯିବା ପାଇଁ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଉକ୍ତ ବୈଠକର ନିଷ୍ପତ୍ତି କ୍ରମେ ଖଇରା ତହସିଲଦାର ପ୍ରଦୀପ କୁମାର ସାହୁ ଓ ସିମୁଳିଆ ଆଇଆଇସି ପର୍ଶୁରାମ ସାହୁଙ୍କୁ ଦୋଳମହୋତ୍ସବର ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅନୁରୋଧ କରାଯାଇଛି । ଏଥିସହିତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠ ଗୁଡିକରେ ମହାଶିବରାତ୍ରି ପାଳିତ ହେଉଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *