Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲା ଚିକିତ୍ସାଳୟ “ନିରାମୟ ଔଷଧ ବିତରଣ କେନ୍ଦ୍ର”ଫଳକରେ ଅଜଣାବ୍ୟକ୍ତିଙ୍କ ଫୋନନମ୍ବର

1 min read

କୋରାପୁଟଜିଲ୍ଲା: କୋରାପୁଟ ସଦର ମହକୁମା ଠାରେ ଲଁକ୍ଷ୍ମଣ ନାୟକ ମେଡିକାଲ କଲେଜ ସ୍ଥାପିତ ହେଲାପରେ ସଦର ମହକୁମା ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଜୟପୁରକୁ ସ୍ଥାନାନ୍ତରିତ କରାଯାଇଥିଲା। ଜୟପୁର ଜନସାଧାରଣଙ୍କ ବାରମ୍ବାର ଦାବୀ ଓ ଜୟପୁରବାସୀଙ୍କୁ ଉନ୍ନତମାନର ସେବା ଯୋଗାଇଦେବାକୁ ସରକାର ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଜୟପୁରରେ କାର୍ଯ୍ୟକାରୀ ପାଇଁ ପଦକ୍ଷେପ ନେଇଥିଲେ।

ଏହି ଚିକିତ୍ସାଳୟକୁ ପ୍ରତିଦିନ ୫୦୦ରୁ ଅଧିକ ରୋଗୀ ଚିକିତ୍ସିତ ପାଇଁ ଆସୁଥିବାବେଳେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ଡାକ୍ତର ଓ ନର୍ସର ଘୋର ଅଭାବ ରହିଛି। ଏପରିକି ଏହି ଚିକିତ୍ସାଳୟ ପାଇଁ ୮୬ଜଣ ଡାକ୍ତରଙ୍କ ଆବଶ୍ୟକ ଥିବାବେଳେ ଏଠାରେ ମାତ୍ର ୨୦ଜଣ ଡାକ୍ତର କାର୍ଯ୍ୟରତ ଅଛନ୍ତି। ମୁଖ୍ୟ ଚିକିତ୍ସାଳୟରେ ଆଇ,ସି,ୟୁ ସେବା ନାହିଁ। ଯେଉଁ ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସୁଛନ୍ତି ପ୍ରାୟ ଶତକଡା ୭୦ଭାଗ ରୋଗୀଙ୍କୁ ଲକ୍ଷ୍ମଣନାୟକ ମେଡିକାଲ କଲେଜ କୋରାପୁଟକୁ ପଠାଯାଉଛି। ଏଠାରେ ନାମକୁମାତ୍ର ଜିଲ୍ଲାଚିକିତ୍ସାଳୟ ଅଛି କିନ୍ତୁ ସ୍ବାସ୍ଥ୍ୟସେବା ଠିକ୍ ଭାବରେ ମିଳୁନାହିଁ। ସରକାରଙ୍କ ତରଫରୁ ନିରାମୟ ଯୋଜନାରେ ରୋଗୀଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଉଛି କିନ୍ତୁ ଔଷଧକୁ ରୋଗୀ କିପରି ବ୍ୟବହାର କରିବ ସେ ବିଷୟରେ ଭଲ ଭାବେ ରୋଗୀ କିମ୍ବା ରୋଗୀର ସଂପର୍କୀୟଙ୍କୁ ଅବଗତ କରାଯାଉ ନଥିବା ଅଭିଯୋଗ ହୋଇଛି। ଏପରି କି ରୋଗୀ କିମ୍ବା ରୋଗୀଙ୍କ ସଂପର୍କୀୟମାନେ ନିରାମୟ ଯୋଜନାର ଲାଭ/କ୍ଷତି ଓ ଅଭିଯୋଗ ବିଷୟରେ ନିରାମୟ ଔଷଧ ବିତରଣ କେନ୍ଦ୍ର ଫଳକରେ ଲେଖାଥିବା ଅଧିକାରୀଙ୍କ ମୋବାଇଲ ନମ୍ବରକୁ କଲ୍ କରି ହତାଶ ହୋଇଥିବା ଜଣାପଡିଛି।ଫୋନ କଲ୍ କରି ନିରାମୟ ଯୋଜନା ଫଳକରେ ଥିବା ମୋବାଇଲ ନମ୍ବର ଅଜଣାବ୍ୟକ୍ତିଙ୍କର ଜଣାପଡିବା ପରେ ରୋଗୀ ଓ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ସରକାରଙ୍କର ୫ଟି ଯୋଜନା, ମୋ ସରକାର ଏଠାରେ ଫେଲ ମାରିଥିବା ସାଧାରଣରେ ଚର୍ଚ୍ଚା ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *