Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜନୌଷଧି ନ ଲେଖିଲେ ରଦ୍ଦ ହେବ ଡାକ୍ତରୀ ଲାଇସେନ୍ସ

1 min read

ନୂଆଦିଲ୍ଲୀ: ଜନୌଷଧିର ବ୍ୟବହାର ଏବଂ ଉପଯୋଗିତାକୁ ନେଇ ଜାତୀୟ ମେଡିକାଲ କମିସନ(ଏନଏମସି) ଏକ ବଡ଼ ନିଷ୍ପତ୍ତି ନେବା ସହିତ ଡାକ୍ତରମାନଙ୍କ ପାଇଁ କଡ଼ା ନିୟମ ଲାଗୁ କରିଛନ୍ତି। ଡାକ୍ତରମାନେ ସେମାନଙ୍କ ଚିଠାରେ ରୋଗୀଙ୍କୁ ଜନୌଷଧି ପାଇଁ ଲେଖିବେ। ଯଦି ଏହା ନ କରନ୍ତି ତେବେ ସେମାନଙ୍କୁ ଦଣ୍ଡିତ କରାଯିବା ସହିତ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ କରିଦିଆଯିବ ବୋଲି ମେଡିକାଲ କମିସନ ପକ୍ଷରୁ କୁହାଯାଇଛି। ଏନଏମସି ପକ୍ଷରୁ ସମସ୍ତ ପେଷାଦାର ଡାକ୍ତରମାନଙ୍କ ଲାଗି ରହିଥିବା ନିୟମ ଏବଂ ସର୍ତ୍ତବାଳୀରେ ଏହି ନିୟମକୁ ଏବେ ସାମିଲ କରାଯାଇଛି। ଯଦିଓ କିଛି ଡାକ୍ତର ଏବେ ରୋଗୀଙ୍କୁ ପ୍ରେସକ୍ରିପସନ୍‌ରେ ଜନଔଷଧି ପାଇଁ ଉଲ୍ଲେଖ କରୁଛନ୍ତି ଏହା ପର୍ଯ୍ୟାପ୍ତ ନୁହେଁ। କାରଣ ଜନୌଷଧିର ବ୍ୟବହାରକୁ ନେଇ ଏନଏମସି ୨୦୦୨ରେ ଜାରି କରିଥିବା ନିୟମାବଳୀରେ ସେଭଳି କିଛି କଠୋର ସର୍ତ୍ତ ରଖାଯାଇ ନଥିଲା। କିନ୍ତୁ ବର୍ତ୍ତମାନ ଜନଔଷଧିର ବହୁଳ ବ୍ୟବହାର ଏବଂ ଉପଯୋଗ ପାଇଁ ଡାକ୍ତରମାନଙ୍କ ପାଇଁ ଏହି ନିୟମାବଳୀ କଡ଼ାକଡି କରାଯାଇଛି। ତେବେ କୌଣସି ନିର୍ଦ୍ଦିଷ୍ଟ ବ୍ରାଣ୍ଡର ଜନୌଷଧିକୁ ଗୁରୁତ୍ବ ନ ଦେବାକୁ କୁହାଯାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *