Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଗୁରୁଦ୍ଵାରରେ ମଥା ଟେକିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…

1 min read

ସୁଲତାନପୁର ଲୋଧୀରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏଠାରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୋଦୀଙ୍କୁ ସ୍ଵାଗତ କରିଛନ୍ତି । ମୋଦୀ ଆଜି ସକାଳେ ସୁଲତାନପୁର ଲୋଧୀର ବେର ସାହେବର ଗୁରୁଦ୍ଵାରରେ ମଥା ଟେକିଛନ୍ତି । ଏଠାରୁ ପ୍ରଧାନମନ୍ତ୍ରୀ କରତାରପୁର କରିଡରର ଇଣ୍ଟିଗ୍ରେଟେଡ୍ ଚେକ୍ ପୋଷ୍ଟର ଉଦଘାଟନ ପାଇଁ ଗୁରୁଦାସପୁରର ଡେରା ବାବା ନାନକ ଯିବେ। ଗୁରୁ ନାନକ ଦେବଙ୍କ ୫୫୦ତମ ପ୍ରକାଶ ପର୍ବରେ ପାକିସ୍ତାନ ସ୍ଥିତ କରତାରପୁରର ସାହିବ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ପାଇଁ ଆଜି କରତାରପୁର କରିଡର ଖୋଲାଯିବ। ବହୁ ପ୍ରତିକ୍ଷିତ ୪.୭ କିମି କରତାରପୁର ସାହିବ କରିଡର ଶ୍ରଦ୍ଧାଳୁଙ୍କ ପାଇଁ ଆଜି ଖୋଲିବ । ଭାରତର ଗୁରୁଦାସପୁର ଜିଲ୍ଳାର ଡେରା ବାବା ନାନକ ସାହେବ ଠାରୁ ପାକିସ୍ତାନର କରତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ସିଧାସଳଖ ସଂଯୋଗ ହୋଇପାରିବ । ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀର ୩ ଦିନ ପୂର୍ବରୁ ଏହି ଧାର୍ମିକ ସ୍ଥଳ ସହ ଶ୍ରଦ୍ଧାଳୁଙ୍କୁ ଯୋଡ଼ିବାର ଉଦ୍ୟମ କରାଯାଇଛି । ଚଳିତ ମାସ ୧୨ ତାରିଖରେ ଗୁରୁ ନାନକଙ୍କ ଜୟନ୍ତୀ ପାଳନ ହେବ ।
କରତାରପୁର କରିଡର ଖୋଲିବା ପୂର୍ବରୁ ଉଭୟ ଭାରତ ଓ ପାକିସ୍ତାନ ନିଜ ନିଜ ଦେଶର ସୀମାରେ ଉତ୍ସବ ପାଳନ କରୁଛନ୍ତି । ଭାରତରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୫୦୦ ଜଣ ଯାତ୍ରୀଙ୍କ ଯାତ୍ରାକୁ ଶୁଭାରମ୍ଭ କରିବେ । ଏହି ୫୦୦ ଜଣିଆ ଯାତ୍ରୀ ଟିମ ଆଜି କରତାରପୁର ଗୁରୁଦ୍ୱାର ଯାଇ ସେଠାରେ ଦର୍ଶନ କରିବେ । ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର, ସାଂସଦ ଓ ପଂଜାବର ବିଧାୟକମାନେ ମଧ୍ୟ ସାମିଲ ଅଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *