Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖଇରାରେ ଜନତା କର୍ଫ୍ଯୁକୁ ସମ୍ମାନ

1 min read

ବାଲେଶ୍ଵର,୨୨/୩–କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନତା କର୍ଫ୍ଯୁ ପାଳନ ବାଲେଶ୍ଵର ଜିଲ୍ଲା ଖଇରା ଅଞ୍ଚଳରେ ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇଛି । ପୋଲିସ ପ୍ରଶାସନ ଓ ତହସିଲ ପ୍ରଶାସନ ତରଫରୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ଆଜିର ଜନତା କର୍ଫ୍ୟୁକୁ ପାଳନ କରିବା ପାଇଁ ଡାକରା ଦିଆଯାଇଥିଲା, ତାହାକୁ ଜନସାଧାରଣ ସମ୍ମାନ ଦେଇଛନ୍ତି । ରାସ୍ତାରେ କୌଣସି ଗାଡିମଟର ଭାରିଯାନ ଚଳାଚଳ କରୁନାହିଁ । ଜନସାଧାରଣଙ୍କ ଯାତାୟତ ଶୂନ୍ୟ କହିଲେ ଚଳେ । ଅତ୍ଯାବଶ୍ଯକ ସାମଗ୍ରୀ ଦୋକାନ ଛଡା ସମସ୍ତ ଦୋକାନ ବନ୍ଦ ରହିଛି । ଘରୁ ପଦାକୁ ବାହାରିବା ପାଇଁ କେହି ଆଗ୍ରହ ପ୍ରକାଶ କରିବା ଦେଖା ଯାଇନାହିଁ । ପ୍ରଶାସନ ବି ପରିସ୍ଥିତି ଉପରେ ନଜର ରଖିଛି । ଏଥି ସହିତ ସମଗ୍ର ବାଲେଶ୍ଵର ଜିଲ୍ଲାରେ ଜନତା କର୍ଫ୍ୟୁ ଅଦ୍ଯାବଧି ସଫଳ ହୋଇଥିବାର ବିଭିନ୍ନ ସ୍ଥାନରୁ ରିପୋର୍ଟ ସଂଗ୍ରହରୁ ଜଣାପଡିଛି । ଯେହେତୁ ଜନସାଧାରଣ ମାନେ ଘରେ ରହି ଜନତା କର୍ଫ୍ୟୁକୁ ସମ୍ମାନ ଜଣାଉଛନ୍ତି ତେଣୁ ଜିଲ୍ଲାର କୌଣସି ସ୍ଥାନରେ କୌଣସି ପ୍ରକାର ଅଘଟଣ ଘଟିଥିବାର ସୂଚନା ବର୍ତ୍ତମାନ ସୁଦ୍ଧା ମିଳିନାହିଁ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *