Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲକଡାଉନରେ ଗ୍ୟାସ ଚୂଲାର ସ୍ପେୟାର ପାର୍ଟ ଦୋକାନ ଖୋଲାଯାଉ ନଥିବାରୁ ଲୋକେ ହଟହଟା

1 min read

କୋରାପୁଟଜିଲ୍ଲା: ଜୟପୁର ସହରରେ ଲକଡାଉନ ସମୟରେ ପୋଲିସ ପ୍ରଶାସନର କାର୍ଯ୍ୟଶୈଳୀ ସ୍ବାଗତଯୋଗ୍ୟ। ଆଜିଠାରୁ ଲକଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦୋକାନ ତେଜରାତି, ପନିପରିବା,ମାଛ ମାଂସ, କ୍ଷୀର ଇତ୍ୟାଦି ସକାଳ ୭ଘଟିକାରୁ ୧୧ଘଟିକା ପର୍ଯ୍ୟନ୍ତ ଖୋଲା ରହିବାକୁ କୋରାପୁଟ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରୀ କରିଛନ୍ତି। ଏହି ସମୟସୀମା ପୂର୍ବରୁ ସକାଳ ୭ଘଟିକାରୁ ୧୦ଘଟିକା ଏବଂ ଅପରାହ୍ନ ୪ଘଟିକାରୁ ୭ଘଟିକା ପର୍ଯ୍ୟନ୍ତ ଥିଲା। ଆଜିଠାରୁ ସକାଳ ୭ଘଟିକାରୁ ୧୧ଘଟିକା ମଧ୍ୟରେ ଜନସାଧାରଣ ତାଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ତରବରିଆ ଭାବରେ କ୍ରୟ କରିବା ଦେଖିବାକୁ ମିଳିଥିଲା। କେତେକଙ୍କ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ଠିକ୍ ରହୁ ନଥିବା ବେଳେ ପୋଲିସ ଓ ସ୍ବେଚ୍ଛାସେବୀଙ୍କ ତରଫରୁ ସାମାଜିକ ଦୂରତା ବଜାୟ ରଖିବାକୁ ସଚେତନ କରାଯାଉଥିଲା। ଦୋକାନ ଖୋଲାଯିବାର ଏହି ସମୟସୀମା ମଧ୍ୟରେ ଦୁଇ ତିନି ଜଣ ଲୋକ ବହୁତ ବ୍ୟସ୍ତହୋଇ ରନ୍ଧନଗ୍ୟାସ ଚୂଲାର ସ୍ପେୟାର ପାର୍ଟ ଦୋକାନ ଖୋଜୁଥିବା ଆମେ ଜାଣିବାକୁ ପାଇଥିଲୁ। ସ୍ପେୟାର ପାର୍ଟ ଦୋକାନ କରୋନା କଟକଣା ଉଠିଲା ପରେ ଖୋଲା ହେବ ବୋଲି ସେମାନଙ୍କୁ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ସେମାନେ ଏଚ୍,ପି ଗ୍ୟାସ ଅଫିସକୁ ଯାଇ ଗ୍ୟାସଚୂଲାର ସ୍ପେୟାର ପାର୍ଟ ମାଗିଥିଲେ। ଏଠାରେ କେବଳ ଗ୍ୟାସ ଫିଲିଙ୍ଗ ଓ ନୂଆ ଚୂଲା ମିଳିବ,ତୁମକୁ ମାର୍କେଟରେ ସ୍ପେୟାର ପାର୍ଟ ମିଳିଯିବବୋଲି କର୍ମଚାରୀ କହିଥିଲେ। ଏହି ଲକଡାଉନର ଘଡିସନ୍ଧି ସମୟରେ ଜଣେ ସାଧାରଣ ଲୋକ ସବୁ ସାମଗ୍ରୀ କିଣିଲା ପରେ ଯଦି ଚୂଲାପାଇଁ ରନ୍ଧନକରି ପାରିବନାହିଁ ଏହାଠୁ ବଳି ଦୁଃଖର କଥା କଣ ହୋଇପାରେ ? ଆଉଯଦି ଚୂଲାକୁ ଠିକ୍ ନକରି ରନ୍ଧନ କାର୍ଯ୍ୟ କରାଯାଏ ଜୀବନ ପ୍ରତି ବିପଦ ଅଛି। ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ତାଲିକାସହ ଏହି ଗ୍ୟାସଚୂଲା ସ୍ପେୟାର ପାର୍ଟ ଦୋକାନକୁ ଯୋଡିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *