Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନା ସଚେତନତା ଓ ମଦ ବନ୍ଦ ପାଇଁ ଅଣ୍ଟା ଭିଡିଲା ମହିଳା ସ୍ବେଚ୍ଛାସେବୀ ସଂଗଠନ

1 min read

ବାଲେଶ୍ଵର,୨୪/୩–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତ ଜଳଙ୍ଗଗଣ୍ଡିବେଡ ଠାରେ ଥିବା ଚଣ୍ଡିଠାକୁରାଣୀ ଟ୍ରଷ୍ଟ ଓ ଗ୍ରାମର ମହିଳା ସ୍ବେଚ୍ଛାସେବୀ ସଂଗଠନ ତରଫରୁ ମଦ ବନ୍ଦ ଓ କରୋନା ଭାଇରସରୁ କିପରି ମୁକ୍ତି ମିଳିବ ସେ ବିଷୟରେ ପଞ୍ଚାୟତର ଜନସାଧାରଣ ମାନଙ୍କୁ ସଚେତନ କରାଇବା ପାଇଁ ଏକ ରାଲି ଗ୍ରାମ ପରିକ୍ରମା କରୁଥିଲା । ଏହି ସମୟରେ ଜଳଙ୍ଗଗଣ୍ଡିବେଡ ଗ୍ରାମର ମାମିନା ସାନ୍ତରା,ପିତାମ୍ବର ଦାସ,ଯେମମଣୀ ଶିଅଳ,କାଳନ୍ଦୀ ଦାସ,ଗୌରହରି ଦାସ,କମଳା ମୁଣ୍ଡା ଓ ମୌଜୁମପୁର ଗ୍ରାମର କୈଳାସ ଦାସ ଓରଫ ପାଣ୍ଡୁଙ୍କ ଘର ଉପରେ ମିଳିତ ହୋଇ ଚଢାଉକରି ବହୁ ପରିମାଣରେ ତିଆରି କରି ରଖିଥିବା ଦେଶି ମହୁଲି ମଦ ଓ ମଦ ତିଆରି ସାମଗ୍ରୀକୁ ଜବଦ କରିବା ସହିତ ପୋଡି ନଷ୍ଟ କରିଦେଇଥିଲେ । ମଦ ବେପାରୀ ଆଉ କେବେ ମଦ ବିକ୍ରି କରିବ ନାହିଁ ବୋଲି ଲିଖିତ ପ୍ରତିଶ୍ରୁତି ମହିଳା ସ୍ବେଚ୍ଛାସେବୀ ସଂଗଠନର ମହିଳା ମାନଙ୍କୁ ଦେଇଥିଲେ । ଏଥିସହିତ ଗତକାଲି ବମ୍ବେ ଓ ଗୁଜୁରାଟରୁ ଆସିଥିବା ୨୫ ଜଣଙ୍କୁ ନାମ ପଞ୍ଜିକରଣ ପୂର୍ବକ ମେଡ଼ିକାଲ ଚିକିତ୍ସା ପାଇଁ ପରାମର୍ଶ ଦେଇଥିଲେ । ଏଥିରେ ମୁଖ୍ୟ ଭୂମିକାରେ ମାଣତ୍ରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ଯ ପ୍ରଫୁଲ୍ଲ କୁମାର ଦାସ ଥିବା ବେଳେ ୱାର୍ଡ ସଭ୍ଯା/ୱାର୍ଡ ସଭ୍ଯଙ୍କ ସମେତ ଝରଣା ଦାସ,ବିଜୟ କୁମାର ଦାସ,ଅନନ୍ତ ପ୍ରସାଦ ନାୟକ, କୈଳାସ ପୃଷ୍ଟି, କୌଶଲ୍ୟା ପଣ୍ଡା, ସସ୍ମିତା ଦାସ,ରୀତା ଦାସ,ରଞ୍ଜୁଲତା ଦାସ,ଅର୍ଜୁନ ଚରଣ ଦାସ,ଲକ୍ଷ୍ମୀ ଶଙ୍ଖୁଆ,ମନୋରମା ଦାସ,ଭଗବାନ ଜେନା, ବସନ୍ତ ଦାସ,ଅକ୍ଷୟ ଦାସ,ପ୍ରଭାକର ଦାସ,ଭାମାମଣୀ ଦାସ ଓ ମଲ୍ଲୀ ଦାସ ପ୍ରମୁଖ ସାମିଲ ହୋଇଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *