Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

“ଓଡ୍ରା ନ୍ୟୁଜ୍” ପତ୍ରିକାର ଉନ୍ମୋଚନ ସମାରୋହ ଅନୁଷ୍ଠିତ         

1 min read

ଜୟପୁର ୧୦/୯ (ସଖପ୍ର) : କ୍ଷୁଦ୍ର ପତ୍ରିକା “ଓଡ୍ରା ନ୍ୟୁଜ୍”ର ଶୁଭ ଉନ୍ମୋଚନ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି । ଜୟପୁର ଋତୁରାଜ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ ଉନ୍ମୋଚନ ଉତ୍ସବରେ ପତ୍ରିକାର ସମ୍ପାଦକ ସୁମନ୍ତ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି, ସ୍ବତନ୍ତ୍ର ଅତିଥି ଭାବେ ଜୟପୁର ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ଦୈନିକ ଖବରକାଗଜ ପ୍ରମେୟର ଡିଜିଏମ୍ ପ୍ରକାଶ ଚନ୍ଦ୍ର ଦାଶ, ସକାଳ ଜୋନାଲ୍ ହେଡ୍ ରାକେଶ ପାଢ଼ୀ, ସମ୍ବାଦ ଜୟପୁର ସଂସ୍କରଣ ବରିଷ୍ଠ ସହ ସମ୍ପାଦକ ନବୀନ ଚନ୍ଦ୍ର ସାହୁ ମଞ୍ଚାସୀନ ଥିଲେ। ଜୟପୁରରୁ ପ୍ରକାଶିତ “ସବୁବର୍ଗ ଖବର” ସମ୍ବାଦପତ୍ରର ସମ୍ପାଦକ ଓ ସ୍ମଲ ଏଣ୍ଡ୍ ମିଡିୟମ ନ୍ୟୁଜପେପର ଆସୋସିଏସନର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାର କାର୍ଯ୍ୟକ୍ରମରେ ଯୋଗ ଦେଇ କ୍ଷୁଦ୍ର,ମଧ୍ୟମ ସମ୍ବାଦପତ୍ରର ଗୁରୁତ୍ୱ ରହିଛି ଓ ରହିବ ବୋଲି ମତ ଦେବାସହ ପତ୍ରିକାର ଦୀର୍ଘଜୀବନ କାମନା କରିଥିଲେ। ବକ୍ତବ୍ୟରେ ମୁଖ୍ୟଅତିଥି ଶ୍ରୀ ବାହିନୀପତି, ଓଡ୍ରା ନ୍ୟୁଜ ଅବହେଳିତଙ୍କ ସ୍ବର ହେବା ସହ ବିକାଶ କ୍ଷେତ୍ରରେ ଭାଗିଦାରୀ ହେବା ପାଇଁ ମତ ପ୍ରକାଶ କରିଥିଲେ। କରୋନା ପରେ ଖବରକାଗଜ ଶିଳ୍ପ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିଲେ ମଧ୍ୟ ସମ୍ପାଦକ ଶ୍ରୀ ସାହୁ ନୂତନ କ୍ଷୁଦ୍ର ପତ୍ରିକା ମାଧ୍ୟମରେ ନିଜ ଅଞ୍ଚଳର ବିକାଶ ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ପ୍ରଶଂସନୀୟ ବୋଲି କହିଛନ୍ତି। ସତ୍ୟ ଖବର ପ୍ରକାଶ କରିବା ସାହସୀକତାର ପରିଚୟ ଦିଏ ଓ ସୋସିଆଲ ମିଡିଆ ଉପରୁ ଲୋକମାନଙ୍କର ବିଶ୍ୱାସ କମିବାରେ ଲାଗିଲାଣି, ନ୍ୟୁଜପେପରର ପ୍ରତି ଲୋକମାନଙ୍କର ବିଶ୍ୱାସ ପୁନର୍ବାର ବଢିଲାଣି ବୋଲି ପୌରାଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି କହିଥିଲେ। ଏହି ଅବସରରେ ଅତିଥିବୃନ୍ଦ ଓଡ୍ରା ନ୍ୟୁଜ୍ ପତ୍ରିକାର ପ୍ରଥମ ସଂସ୍କରଣର ଉନ୍ମୋଚନ କରିଥିଲେ। ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ କୃତିତ୍ଵ ପାଇଁ କନକ ଟିଭି ବ୍ୟୁରୋ ଚିଫ୍ ରମେଶ ସାହୁ, ନନ୍ଦିଘୋଷ ଟିଭି ବ୍ୟୁରୋ ଚିଫ୍ ହୃଷିକେଶ ମିଶ୍ର, ଅର୍ଗସ ବ୍ୟୁରୋ ଚିଫ୍ ମନୋଜ ଦାଶ, ବରିଷ୍ଠ ସାମ୍ବାଦିକ ସୁରେଶ ନାଇଡୁ, ଦେବୀ ପ୍ରସାଦ ମହାନ୍ତି, ସୌମ୍ୟ ରଞ୍ଜନ ସାହୁ ଓ ରାଜେନ୍ଦ୍ର କୁମାର ଗୌଡ଼ଙ୍କୁ ଉପଢୌକନ ଦେଇ ସମ୍ବଦ୍ଧିତ କରାଯାଇଥିଲା। ଜୟପୁରରେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ଓ ସହରର ଶତାଧିକ ବୁଦ୍ଧିଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଭାଗିରଥୀ ମହାନ୍ତି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶେଷରେ ସୁମନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *