Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅତିରିକ୍ତ ତହସିଲଦାର ଏବଂ ତହସିଲଦାର ରୁପେଶଙ୍କ କଥାରେ ବାହାରରାଜ୍ୟର ବାସିନ୍ଦାଙ୍କୁ ଜମି,ଘରପାଇଁ ଆର୍ଥିକ ସହାୟତା ଦେଇଛନ୍ତି

1 min read

ଧର୍ମଶାଳା, 22/11(ପ୍ରତିନିଧି ନାରାୟଣ ରଥ) ନିଜ ମନଇଚ୍ଛା କାର୍ଯ୍ୟକରୁଛନ୍ତି ଧର୍ମଶାଳାର ତହସିଲ କର୍ମଚାରୀ । ଏପରକି ଆରଟିଆଇ ଆଇନକୁ ମଧ୍ୟ ମାନୁନାହାନ୍ତି । ଅପର ପକ୍ଷରେ ବିଭିନ୍ନ ରାଜନୌତିକ ବ୍ୟକ୍ତିମାନଙ୍କ ଅନୁକମ୍ପା ଯୋଗାଇଦେଉଛନ୍ତି । ରୁପେଶ ଭଦ୍ରଙ୍କ ଗେଷ୍ଟ ହାଉସ କେସ୍ରେ ଆଜି ଆରୁହା ଆର.ଆଇଙ୍କୁ କ୍ଷିରାବ୍ଧୀ ତନ୍ମୟା ପଣ୍ଡାଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଅତିରିକ୍ତ ତହସିଲଦାର ଶୀତଲ ଅଗ୍ରୱାଲଙ୍କୁ କାରଣ ଦର୍ଶାଓ ନୋଟିସ କରିଛି । କିନ୍ତୁ ଏହା ଉପରେ ସାଧରଣ ଜନତା ଖୁସି ନାହାନ୍ତି । କଣ ପାଇଁ ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ବହିଷ୍କାର ହେବେନି ବୋଲି ପ୍ରଶ୍ନ କରିଛନ୍ତି । ଖାଲି ରୁପେଶ ଭଦ୍ର ନୁହନ୍ତି ବରଂ ଗଞ୍ଜାମ ବାସିନ୍ଦାଙ୍କୁ ରୁପେଶଙ୍କ ପାଇଁ ଏବଂ ରାଜନୌତିକ ସ୍ୱାର୍ଥ ପାଇଁ ଶ୍ରୀବନ୍ତପୁର ମୌଜାରେ ରୁପେଶ ବେଆଇନ୍ ଭାବେ ଜମି ଯୋଗାଇବା ସହିତ ପ୍ରଧାନମନ୍ତ୍ରୀ ଆବାସ ଦେବା ପାଇଁ ମସୁଧା କରିଥିଲେ । ଏପରକି କେତେକ ସେଠାରେ ଘର ନିର୍ମାଣ କରିଛନ୍ତି । ଏଥିରେ ରୁପେଶଙ୍କୁ ଅତିରିକ୍ତ ତହସିଲଦାର ଏବଂ ତହସିଲଦାର ସମର୍ଥନ ଦେଇଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ବରମପୁର ଗଞ୍ଜାମ ଏବଂ ଅନ୍ୟ କେତେକ ଜିଲ୍ଲାର କିଛି ବାସିନ୍ଦା ଦୀର୍ଘଦିନରୁ ହରିଦାସପୁରର ଭଡା ରହି ନିଜର ଶୁଖୁଆ ବ୍ୟବସ୍ଥାୟ କରୁଛନ୍ତି । ଏମାନେ ପୂର୍ବତନ ସରପଂଚ ବିକ୍ରମ ବିଶ୍ୱାଳଙ୍କ ଘରକୁ ଭଡା ସୂତ୍ରରେ ନେଇଥିବାରୁ ସେମାନଙ୍କୁ ଏଠାରୁ ନେଇ ଅନ୍ୟତ୍ର ରଖିବା ପାଇଁ ରୁପେଶ ତହସିଲପ୍ରଶାସନକୁ ଧରି ଶ୍ରୀବନ୍ତପୁର ମୌଜାରେ ଘର ଦେବା ସହିତ ଘର ପାଇଁ ଅର୍ଥନୌତିକ ସୁବିଧା ଯୋଗାଇଦେଇଛି । ଏପରକି କେତେକଙ୍କୁ ପ୍ରଧାନମନ୍ତ୍ରୀ ଅବାସଯୋଜନାରେ ଗୃହ ନିର୍ମାଣ କରବାକୁ ମଧ୍ୟ ମସୁଧା କରାଯାଉଛି । ତୁରନ୍ତ ଏହା ଉପରେ ମଧ୍ୟ ସିବିଆଇ ତଦନ୍ତ କରିବା ଆବଶ୍ୟକ ବୋଲି ମତପକ୍ରାଶ ପାଇବା ସହିତ ତହସିଲଦାରଙ୍କୁ ବହିଷ୍କାର କରିବକୁ ଦାବି ହେଉଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *