01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ବେସରକାରୀ ସୁବିଧା…

ମାଲକାନଗିରି: ସରକାରୀ ଡାକ୍ତରଖାନାରେ ବେସରକାରୀ ଭଳି ସୁବିଧା ସୁଯୋଗ । ତାହାବି ପୁଣି ନକ୍ସଲ ପ୍ରବଣ ମାଲକାନଗିରି ଜିଲ୍ଲାରେ । କଥାଟି ଶୁଣିଲେ ଆପଣଙ୍କୁ ଆଶ୍ଟର୍ଯ୍ୟ ଲାଗୁଥିବ ନିଶ୍ଚିନ୍ତ । ହେଲେ ବାସ୍ତବରେ ଏହା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ |ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ବେସରକାରୀ ସୁବିଧା, ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…ଡାକ୍ତରଖାନା ଚାରିପଟେ ଔଷଧୀୟ ବୃକ୍ଷ ସାଙ୍ଗକୁ ପରିଷ୍କାର ପରିଚ୍ଛନ୍ନ ପରିବେଶ । ସଫାସୁତୁରା ରୁମ୍‌ ସହିତ ଚକାଚକ ବେଡ । ବିଭିନ୍ନ ସ୍ଥାନରେ ସିସିଟିଭି । ଏହା ସହିତ ଆଦିବାସୀ ଲୋକଙ୍କୁ ସଚେତନ କରିବା ପାଇଁ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗିଥିବା ଟିଭିରେ ସଚେତନତାର ବାର୍ତ୍ତା । ଖାଲି ସେତିକି ନୁହେଁ, ରୋଗୀଙ୍କ ସମ୍ପର୍କୀୟଙ୍କ ସମେତ ଡାକ୍ତରଖାନାରେ କାର୍ଯ୍ୟରତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିବା ପାଇଁ ପ୍ରତିଦିନ ସକାଳେ ଏଠାରେ ଯୋଗାସନ ମଧ୍ୟ କରାଯାଉଛି । ପୁର୍ବରୁ କୋରୁକୋଣ୍ଡା ଅଞ୍ଚଳର ଗରିବ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଲାଗି ଜିଲ୍ଲା ସଦର ଚିକିତ୍ସାଳୟ କିମ୍ବା ବାହାର ରାଜ୍ୟକୁ ଯିବାକୁ ପଡୁଥିଲା ହେଲେ ବର୍ତ୍ତମାନ କିନ୍ତୁ ରୋଗୀଙ୍କ ପ୍ରଥମ ପ୍ରସନ୍ଦ ନିଜ ଗାଁ ପାଖରେ ଥିବା ଏହି କୋରୁକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର । ଏଠାରେ ଘରୋଇ ମେଡିକାଲ ପରି ରୋଗୀ ମାନେ ଟେବୁଲ ଚେୟାରରେ ବସି ଖାଇ ପାରୁଥିବାବେଳେ 24ଘଣ୍ଟା ଧରି ସେମାନଙ୍କ ସ୍ବାସ୍ଥ୍ୟ ଉପରେ ନଜର ଦେଉଛନ୍ତି ଏଠାରେ ଥିବା କର୍ମଚାରୀ ଓ ଡାକ୍ତର |ରାଜ୍ୟରେ ସବୁ ହସ୍ପିଟାଲ ଏପରି ପରିବେଶ ସୃଷ୍ଟି କଲେ ଭଲ ହେବ ବୋଲି ବୁଦ୍ଧିଜିବୀମାନେ ମତ ଦେଇଛନ୍ତି |

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *