November 18, 2025

Sabubarga Khabar

All category news

ସାଲେପୁର ବ୍ଲକରେ ହିତାଧିକାରୀ ଚୟନରେ ଅନିୟମିତତା

ସାଲେପୁର:୨୦-୧୦-୧୯:(ଏନ.ପୁରୁଷୋତ୍ତମ ରେଡ୍ଡି) ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚିହ୍ନଟ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇ ସ୍ବତନ୍ତ୍ର ଗାଇଡ଼ ଲାଇନ ପ୍ରସ୍ତୁତି କରିଥିଲା ବେଳେ ଫନି ବାତ୍ୟାରେ କ୍ଷତିଗ୍ରସ୍ଥ ହୋଇଥିବା ୨ଟି ପଞ୍ଚାୟତ ରାଇସୁଙ୍ଗୁଡା ଓ ମିର୍ଯପୁରରେ ଯୋଗ୍ୟ ହିତାଧିକାରୀ ଚିହ୍ନଟ ବେଳେ ବ୍ୟାପକ ହେରଫେର ହୋଇଛି ବୋଲି ଅଭିଯୋଗ ହୋଇଛି।ପ୍ରଶାସନିକ ସ୍ତରରେ ହିତାଧିକାରୀ ଚୟନରେ ଯେଉଁ ସ୍ୱଚ୍ଛତା ରହିବା କଥା ତାହା ଏଠାରେ ହୋଇନାହିଁ ବୋଲି କୁହାଯାଉଛି। ତେବେ କେତେକ ସରକାରୀ କର୍ମଚାରୀଙ୍କ ଦୁର୍ନୀତିଖୋର୍ ମନବୃତ୍ତି ଓ ପ୍ରଶାସନିକ ଅବହେଳା ଯୋଗୁଁ ଏହି ଯୋଜନାର ସଫଳ ରୂପାୟନ ହୋଇ ପାରି ନଥିବା ନେଇ ସାଧାରଣରେ ଗୁରୁତର ଭାବରେ ଅଭିଯୋଗ ହୋଇଛି। ଏହି ଦୁଇ ପଂଚାୟତରେ ବହୁ ଯୋଗ୍ୟ ହିତାଧିକାରୀଙ୍କ ଆବାସ ଯୋଜନାର ଘର ସର୍ଭେ କରୁଥିବା ନିର୍ବାହୀ ଅଧିକାରୀଙ୍କୁ ହିତାଧିକାରୀ ଚୟନ ବେଳେ ହାତଗୁଞ୍ଜା ଦେଇ ପାରୁନଥିବା ବେଳେ ହିତାଧିକାରୀ ମାନେ ଆବାସ ଯୋଜନାରୁ ବଞ୍ଚିତ ହୋଇଥିବା କହିଛନ୍ତି। ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦୁଇ ପଞ୍ଚାୟତର ହିତାଧିକାରୀ ତରଫରୁ ଦାବୀ ହୋଇଛି।

1 thought on “ସାଲେପୁର ବ୍ଲକରେ ହିତାଧିକାରୀ ଚୟନରେ ଅନିୟମିତତା

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.