Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବାଲିମେଳାସ୍ଥିତ ବି ସି ଏସ ଟି କଲେଜରେ ଛାତ୍ର ଅଶାନ୍ତି ଘଟଣା

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାର ଏକ ପୁରାତନ ମହାବିଦ୍ୟାଳୟ ହେଉଛି ବାଲିମେଳାସ୍ଥିତ ବି ସି ଏସ ଟି କଲେଜ |ଦୁଇ ଦିନ ତଳେ ଏଠାରେ ଛାତ୍ର ଅଶାନ୍ତି ଦେଖାଦେଇଥିଲା |ଜିଲ୍ଲା ପ୍ରଶାସନ ତରଫରୁ ଛାତ୍ରଛାତ୍ରୀଙ୍କୁ ବୁଝାସୁଝାକରି ଆନ୍ଦୋଳନକୁ ସ୍ଥଗିତ କରାଯାଇଥିଲା |ତା ପରେ ଛାତ୍ରଛାତ୍ରୀଙ୍କ ଅସୁବିଧାଗୁଡିକ କଣ ରହିଛି ତାହା ବୁଝିବାକୁ ପୂର୍ବତନ ବିଧାୟକ ଶ୍ରୀ ଡମ୍ବରୁ ସୀସା କଲେଜକୁ ଯାଇଥିଲେ |ସେଠାରେ ସେ ପ୍ରଥମେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଏମ.ବି.ସୁବୁଦ୍ଧିଙ୍କ ସହ କଥା ହୋଇଥିଲେ ଓ ପରେ ଛାତ୍ର ନେତା ମାନଙ୍କ ସହ ଆଲୋଚନା କରିଥିଲେ |ଛାତ୍ର ଛାତ୍ରୀମାନେ ଖାଲିଥିବା ଲେକଚର ପଦବୀ ପୂରଣ ଓ ଟ୍ରାନ୍ସଫର କରାଯାଇଥିବା ଲେକଚରଙ୍କୁ ନ ଛାଡ଼ିବା ଆଦି ବିଭିନ୍ନ ସମସ୍ୟାକୁ ଶ୍ରୀ ସୀସାଙ୍କୁ ଜଣାଇଥିଲେ |ସବୁ ଜାଣିବା ପରେ ବିଧାୟକ ପ୍ରତିଶୃତି ଦେଲେ ଯେ ମୋ ଦ୍ୱାରା ଯାହା ସମ୍ଭବ ତାହା ନିଶ୍ଚୟ କରିବି |ଦେଖିବାକୁ ବାକିରହିଲା କେବେ ଛାତ୍ରଛାତ୍ରୀଙ୍କ ନାର୍ଯ୍ୟ ଦାବୀ ଗୁଡିକ ପୂର୍ଣ୍ଣ ହେଉଛି।

ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *