Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାନୁପ୍ରଭା ହାଇସ୍କୁଲ ୧୯୯୭ ବ୍ୟାଚ ବନ୍ଧୁ ମିଳନ ଯୋଗଦେଲେ ବାଲେଶ୍ଵର ଅତିଥି

1 min read

ବାଲେଶ୍ଵର,୧୫/୦୧ : କେନ୍ଦୁଝର ଜିଲ୍ଲା ଜମ୍ଭରାଠାରେ ଥିବା ଭାନୁପ୍ରଭା ହାଇସ୍କୁଲ ଜମ୍ଭରାର ୧୯୯୭ ବ୍ୟାଚର ଛାତ୍ର ଛାତ୍ରୀଙ୍କର ବନ୍ଧୁ ମିଳନ ପର୍ବ ବାଲିପଦା ମହାବରବୃକ୍ଷ ତଳେ ପୁଣ୍ୟ ବୈତରଣୀ କୂଳେ ମହାସମାରୋହରେ ପାଳିତ ହୋଇଯାଇଛି । ସଭିଙ୍କ ଉପସ୍ଥିତିରେ ପ୍ରତ୍ୟେକ ମନରେ ଅପୂର୍ବ ପୁଲକ ଜାଗରିତ ହୋଇଥିଲା । ଦୀର୍ଘ ୨୨ବର୍ଷର ବ୍ୟବଧାନ ପରେ ସଭିଙ୍କର ଆଗମନ,ଏକତ୍ରୀକରଣ ଓ ପରସ୍ପର ମିଳନ ବେଳାର ଦୃଶ୍ୟ ଅଭୁଲା ଓ ଅବିସ୍ମରଣୀୟ ହୋଇଥିଲା । କରତାଳି, ନୃତ୍ୟ,ହସ୍ତମିଳନ, ପୁଅ-ପୁଅ ଓ ଝିଅ-ଝିଅଙ୍କ ଆଲିଙ୍ଗନ ବେଶ ଆବେଗପୂର୍ଣ୍ଣ ଥିଲା । ଅଶ୍ୱନୀ କୁମାର ମହାନ୍ତି,କାହ୍ନୁଚରଣ ହାତୀ,ରମେଶ ବିଶ୍ୱାଳ,ସୁଶାନ୍ତ ଜେନା,ମନୋଜ କୁମାର(ମନୁଆ),ବିଶ୍ୱରଂଜନ ମଲ୍ଲିକ,ରବି ମଲ୍ଲିକ,ସୁକାନ୍ତ ବେହେରା ଓ ମନୋଜମଞ୍ଜୁଳା ସେନାପତି(ରୋଜି)ଙ୍କ ପରିକଳ୍ପନାରେ ତଥା ସମସ୍ତ ଛାତ୍ର ଛାତ୍ରୀଙ୍କ ସପୂର୍ଣ୍ଣ ଉଦ୍ୟମ ଓ ସହଯୋଗରେ ଏ କାର୍ଯ୍ୟ ସୁଚାରୁ ରୁପେ ସମ୍ପାଦନ କରାଯାଇଥିଲା ।ବିଶେଷ କରି ଭଉଣୀମାନଙ୍କ ସପରିବାର ଉପସ୍ଥିତି ପାରିବାରିକ ସଦ୍ଭାବ ସୃଷ୍ଟି କରିପାରିଥିଲା । ସଭିଙ୍କ ଉପସ୍ଥିତିରେ ଏକ ସଭାର ମଞ୍ଚୀୟ ଆୟୋଜନ କରାଯାଇଥିଲା । ଅଶ୍ୱିନୀ ମହାନ୍ତି,ସୁନୀଲ ମଲ୍ଲିକ ଓ ତପନ କୁମାର ସେନାପତି ଆଦି ଭାଇମାନଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ଅଭିଭାଷଣ ସଭିଙ୍କ ପ୍ରାଣରେ ନବୀନ ପ୍ରେମର ସଂଚାର କରିଥିଲା । ଏହା ସମ୍ପର୍କର ନିଦର୍ଶନ,ଏହା ପ୍ରତି ବର୍ଷ ଚାଲୁ ରହିବ,ସଭିଙ୍କ ଉଦ୍ୟମରେ ବିଦ୍ୟାଳୟରେ ୨୫ବର୍ଷ ପୂର୍ତ୍ତି ପାଇଁ ରୌପ୍ୟ ଜୟନ୍ତୀର ଆଵଶ୍ୟକତା ଅଛି ତେଣୁ ସଭିଙ୍କ ସମ୍ମତି ମଗାଯାଇ ଅନୁକୂଳ ଉତ୍ତର ଆଦାୟ କରାଯାଇଥିଲା । ସଭାକୁ ଆମନ୍ତ୍ରିତ ଅଭିଜ୍ଞ ନାରାୟଣ ଚନ୍ଦ୍ର ସେନାପତିଙ୍କ ପରାମର୍ଶ ଓ ସହାୟତା ଲୋଡ଼ାଯାଇଥିଲା । ଶ୍ରୀ ସେନାପତିଙ୍କ ବନ୍ଧୁ,ସମ୍ପର୍କ,ସ୍ମୃତି ପୂର୍ଣ୍ଣ ଅଭିଭାଷଣ ସଭିଙ୍କୁ ମମତାର ବନ୍ଧନରେ ବାନ୍ଧିଥିଲା । ଆଗାମୀ ରୌପ୍ୟ ଜୟନ୍ତୀ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ,ଏହା ସାକାର କରିବା ପାଇଁ ତାଙ୍କର ସହଯୋଗ,ସମ୍ପୃକ୍ତି ସମ୍ପୂର୍ଣ୍ଣ ରହିବ ଅଙ୍ଗୀକାର କରି ସମ୍ମତି ଜଣାଇଥିଲେ । ଅନ୍ୟତମ ଅତିଥି ଭାବେ ବାଲେଶ୍ଵର ଜିଲ୍ଲା ଖଇରାର ସାହିତ୍ୟିକ ଓ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା ଏହି କାର୍ଯ୍ୟକ୍ରମ ଯୋଗଦେଇ ଓ କାର୍ଯ୍ୟକାର୍ତ୍ତାଙ୍କ ଭୁରି ଭୁରି ପ୍ରଶଂସା କରିଥିଲେ । ତତ୍ପରେ ମିଳିତ ଭୋଜନ ହୋଇଥିଲା ଏବଂ ପରେ ପରେ ସଂଗୀତ ଗାନ,ଅଭିନୟ,ନୃତ୍ୟ,ବ୍ୟଙ୍ଗ-ମଜାକଥା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଉତ୍ସବକୁ କହ୍ନେଇ,ବନ୍ଦିତା,ଦମୟନ୍ତୀ,ଫୁକୁନା,ରିନୁ, ସରସ୍ୱତୀ,ଭାନୁ,ଗେଡି,କୁଟୁରୀ,ମଞ୍ଜୁ,ଶୁକଦେଵ,ସଞ୍ଜୀବ, ଜଗତ,ଶଂକରା,ଗୀତା,ବାବୁଲି,ଭରତ,ବାପି,ହରେକୃଷ୍ଣ,ନାରଣ,ରଞ୍ଜନ,ଯଦୁ, ବାବୁଲା,ଟିକନ,ଅଜୁ,ଅର୍ଜ୍ଜୁନ
ଆଦିଙ୍କର ଆତ୍ମୀୟତା ପୂର୍ଣ୍ଣ ଭାବବିନିମୟ ଓ ସ୍ବେଚ୍ଛାକୃତ ସହଯୋଗ ବନ୍ଧୁତ୍ୱର ଅସଲ ଜୀବନ୍ତ ପ୍ରତିଫଳନ ସୃଷ୍ଟିକରିଥିଲା ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *