ବାଣୀପୀଠ ମହୋତ୍ସଵରେ ସମ୍ଵର୍ଦ୍ଧିତ ନରେନ୍ଦ୍ର ପ୍ରସାଦ ବେହେରା,କବି ଓ କବୟିତ୍ରୀ
ବାଲେଶ୍ଵର,୧୫/୧ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହିଠାରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ବାଣୀପୀଠ ତରଫରୁ ରାଜ୍ଯସ୍ତରୀୟ ପ୍ରତିଭା ସମ୍ମାନ ଓ କବିତା ମହାଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ୨ୟ ଦିବସ ଥିଲା ରାଜ୍ଯସ୍ତରୀୟ ପ୍ରତିଭା ସମ୍ମାନ ଓ କବିତା ମହାଯଜ୍ଞର ଦିବସ । ଏହି ଉପଲକ୍ଷେ ଅନୁଷ୍ଠାନର ପ୍ରତିଷ୍ଠାତା ଲକ୍ଷ୍ମୀଧର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜ୍ଯ କୃଷି ନିଗମର ଅଧ୍ଯକ୍ଷ ଦେବାଶିଷ ମହାନ୍ତି, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରାଧ୍ଯାପକ ବିପିନ ବିହାରୀ ବିଶ୍ଵାଳ, ସମ୍ମାନିତ ଅତିଥି ଭାବେ ସିଂହଭୂମିର କବି ବିଷ୍ଣୁପଦ ସିଂହଦେବ,ଡକ୍ଟର ଶ୍ରୀକାନ୍ତ ମହାନ୍ତ, ଡ଼କ୍ଟର ସ୍ମୃତି ପଟ୍ଟନାୟକ, ଏଏସପି ଯଶୋବନ୍ତ ସେଠୀ ଓ କଲିକତାର ଭୂପେନ ମିଶ୍ର ପ୍ରମୁଖ ଯୋଗଦେଇ ମୟୂରଭଞ୍ଜର ଏହି ବାଣୀପୀଠ ଅନୁଷ୍ଠାନ କିପରି ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ପ୍ରୟାସ ଜାରି ରଖିଛି ଏବଂ ରାଜ୍ଯର କୋଣ ଅନୁକୋଣରେ ସାହିତ୍ୟ ଓ କଳା ସଂସ୍କୃତିକୁ ପହଞ୍ଚିବାରେ ଉଦ୍ଯମ କରିଚାଲିଛି ସେ ବିଷୟରେ ବକ୍ତବ୍ଯ ପ୍ରଦାନ କରିଥିଲେ । ଏଥିସହିତ ସମ୍ପାଦକ ଡ.କୁମାର ବାବୁଲିଙ୍କର ଏଭଳି ଉଦ୍ଯମକୁ ବହୁତ ପ୍ରଶଂସା କରିଥିଲେ । ଏଥିରେ ରାଜ୍ଯର ପ୍ରତି କୋଣ ଅନୁକରଣରୁ କବି,କବୟିତ୍ରୀ, ଲେଖକ ଓ ଲେଖିକା ମାନେ ଯୋଗଦେଇ ନିଜର ସ୍ବରଚିତ କବିତା ପାଠକରି ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ସମ୍ମାନିତ ହୋଇଥିଲେ । ଶିକ୍ଷା, ସାହିତ୍ୟ, କଳା,ସଂସ୍କୃତି, ସମାଜସେବା,ସଂଗଠନ,ସମ୍ପାଦନା ଓ ସର୍ବୋପରି ଜଣେ ସଫଳ ସାହିତ୍ଯିକ ଭାବେ ନିଜର ଦକ୍ଷତା ହାସଲ କରିପାରିଥିବା ମହାନ ପ୍ରତିଭାଧାରୀ ବକ୍ତି ଦେଶ ଜାତି ପାଇଁ ଜୀବନ ଉତ୍ସର୍ଗ କରି ଅହରହ ମାତୃଭାଷା ଓ ମାତୃଭୂମିର ଅଗ୍ରଗତି ପାଇଁ କାର୍ଯ୍ୟ କରି ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବାଲେଶ୍ଵର ସାମ୍ବାଦିକ ତଥା କବି,ଗାଳ୍ପିକ, ସଂଗ୍ରାହକ ଓ ଲେଖକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଲେଖକ ପରିଷଦ ତରଫରୁ ସାରସ୍ବତ ପ୍ରତିଭା ସମ୍ମାନରେ ସମ୍ମାନିତ କରି ଅନୁଷ୍ଠାନ ନିଜକୁ ଧନ୍ଯ ମନେକରିଛି । ଏଥି ସହିତ କେନ୍ଦୁଝର ଜିଲ୍ଲାର ଶିକ୍ଷୟିତ୍ରୀ ଭଉଣୀ ମମତାମୟୀ ବିଶ୍ଵକଲ୍ଯାଣୀ ରାଉତ,ସୁସାହତ୍ଯିକ ତଥା ଆଦର୍ଶ ଶିକ୍ଷକ ନାରାୟଣ ଚନ୍ଦ୍ର ସେନାପତି,ଓରିଳିର ଶିକ୍ଷୟିତ୍ରୀ ହାସ୍ଯମୟୀ ରାଜ୍ , ଉଦଳାର ଶିକ୍ଷୟିତ୍ରୀ ରୁକ୍ମଣୀ ସାହୁ,କନ୍ଧମାଳର ଅକ୍ଷୟ କର୍ଣ୍ଣ ଓ ନୃସିଂହାନନ୍ଦ ମହାପାତ୍ର, ରାଉରକେଲାର ବରିଷ୍ଠ ସାମ୍ବାଦିକ କୁଞ୍ଜବିହାରୀ ରାଉତଙ୍କ ସମେତ ବହୁ ପ୍ରତିଭାଧାରୀ ମାନେ ମଞ୍ଚାସୀନ ଅତିଥିମାନଙ୍କ ଦ୍ବାରା ବିଭିନ୍ନ ସମ୍ମାନରେ ସମ୍ବର୍ଦ୍ଧିତ ହୋଇଥିଲେ । ସନ୍ଧ୍ୟାରେ ମନୋରଞ୍ଜନ କାର୍ଯ୍ୟକ୍ରମ ବେଶ ମନଛୁଆଁ ହୋଇଥିଲା ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ