Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୁଣି ଚର୍ଚ୍ଚାରେ ସାରା, ଲୋକଙ୍କୁ ନଚାଇ ଶିଖାଇଲେ ଫିଟନେସ ମନ୍ତ୍ର

1 min read

ପାରଳାଖେମୁଣ୍ଡି:(ସଖପ୍ର) ପୁଣି ଚର୍ଚ୍ଚାକୁ ଆସିଲେ ଗଜପତି ଏସପି ସାରା ଶର୍ମା । ଏଥର ଏରୋବିକ ମ୍ୟୁଜିକରେ ନିଜେ ନାଚିବା ସହ ଲୋକଙ୍କୁ ନଚାଇ ଫିଟନେସ ଫଣ୍ଡା ବତାଇଛନ୍ତି ଏହି ଲେଡି ଆଇପିଏସ । ସ୍ବାସ୍ଥ୍ୟ ହିଁ ସମ୍ପଦ ହୋଇଥିବାବେଳେ ସମସ୍ତେ କିଭଳି ସ୍ବାସ୍ଥ୍ୟବାନ ରହିବେ ସେହି ଆଭିମୁଖ୍ୟ ନେଇ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା କହିଛନ୍ତି ସାରା । ଏସପିଙ୍କ ଏଭଳି ନିଆରା ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି। ନାରୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବା ହେଉ କିମ୍ବା ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବାରେ, କି ଅକ୍ଷୟ ଦାନ ପାତ୍ର କାର୍ଯ୍ୟକ୍ରମ ହେଉ ବିଭିନ୍ନ ସମୟରେ ନିଆରା କାର୍ଯ୍ୟକ୍ରମ କରି ଚର୍ଚ୍ଚାରେ ଥାନ୍ତି ସେ । ହେଲେ ମଙ୍ଗଳବାର ଏରୋବିକ ଡ୍ୟାନ୍ସ ମାଧ୍ୟମରେ ଲୋକଙ୍କୁ ଫିଟନେସ ଫଣ୍ଡା ବିତାଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ସାରା।
ପାରଳାଖେମୁଣ୍ଡିର ଗଜପତି ଷ୍ଟାଡିୟମ ଠାରେ ଏସପି ଏଭଳି କାର୍ଯ୍ୟକ୍ରମ କରିଥିବାବେଳେ ଏଥିରେ ଜିଲ୍ଲା ପୋଲିସର ଶତାଧିକ କର୍ମଚାରୀ ଏବଂ ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ଏହି ପରିପ୍ରେକ୍ଷିରେ ସ୍ବାସ୍ଥ୍ୟ ହିଁ ସମ୍ପଦ, ସ୍ବାସ୍ଥ୍ୟକୁ ନିରୋଗ ରଖିବା ପାଇଁ ବ୍ୟାୟାମ ଏକ ପ୍ରକୃଷ୍ଟ ମାଧ୍ୟମ । ତେଣୁ ଲୋକଙ୍କୁ ସ୍ବାସ୍ଥ୍ୟବାନ ରଖିବା ପାଇଁ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ଏସପି କହିଛନ୍ତିସେପଟେ ଏସପିଙ୍କ ଏହି ଫିଟନେସ ଫଣ୍ଡା ଶିଖିବା ପାଇଁ ମଙ୍ଗଳବାର ସକାଳୁ ଷ୍ଟାଡିୟମ ପରିସରରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ସହରର ବରିଷ୍ଠ ନାଗରିକ ଏବଂ ଜନପ୍ରତିନିଧି ଭଳି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ । ପ୍ରାୟ ଘଣ୍ଟାଏ ଧରି ଏମାନେ ଏରୋବିକ ମ୍ୟୁଜିକର ତାଳେ ତାଳେ ନାଚିବା ସହ ବ୍ୟାୟାମ କରିଥିଲେ । ସହରର ପ୍ରଥମ ଥର ପାଇଁ ଏଭଳି ଶିବିର ଆୟୋଜିତ ହୋଇଥିବାରୁ ସମସ୍ତେ ବେଶ୍‌ ଉତ୍ସାହିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *