ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଆହତ…

ମାଲକାନଗିରି: ଶିକ୍ଷକଙ୍କ ମାଡରେ ଛାତ୍ରୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବାଲିମେଳା ସରକାରୀ ବାଳିକା ବିଦ୍ୟାଳୟରେ । ଗୁରୁତର ଛାତ୍ରୀଙ୍କ ନାମ କୁନି ଗୋଲାରୀ |ଖବର ନେବାରୁ ଜଣା ପଡିଛି ଯେ ସୋମବାର ବିଦ୍ୟାଳୟରେ ଇଂରାଜୀ ଶିକ୍ଷକ ଅଲେଖ ଚନ୍ଦ୍ର ପ୍ରଧାନ ପାଠ ପଢ଼ାଉଥିବା ବେଳେ ଛାତ୍ରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲେ । ତେବେ ଉତ୍ତର ଦେଇ ପାରିନଥିବା ୫ ଜଣ ଛାତ୍ରୀଙ୍କୁ ଶିକ୍ଷକ ଜଣଙ୍କ ନିର୍ଧୁମ ମାଡ଼ ମାରିଥିଲେ । ଶିକ୍ଷକଙ୍କ ମାଡରେ ପାଞ୍ଚ ଜଣ ଛାତ୍ରୀ ଆହତ ହୋଇଥିବା ବେଳେ ଜଣେ ଛାତ୍ରୀ ଗୁରୁତର ହେବାରୁ ତାକୁ ପ୍ରଥମେ ବାଲିମେଳା ସ୍ୱାସ୍ଥ୍ୟ କେନ୍ଦ୍ର ନିଆଯାଇଥିଲା ।ତେବେ ସେଠାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ପାଇଁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ । ଶ୍ରୀ ପ୍ରଧାନଙ୍କୁ ଏ ବିଷୟରେ ପଚାରିବାରୁ ସେ କିଛି ଉତ୍ତର ଦେଇନଥିଲେ |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ