01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭିଜିଲାନ୍ସ ପଞ୍ଝାରେ ଲାଞ୍ଚୁଆ ପୋଲିସ ବାବୁ

ଖୋର୍ଦ୍ଧା:(ସଖପ୍ର) ପୋଲିସ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସୁସମ୍ପର୍କ ପାଇଁ ‘ମୋ ସରକାର’ ଏବଂ ‘5T’ ଲାଗୁକରିଛନ୍ତି ରାଜ୍ୟ ସରକାର । କିନ୍ତୁ ତାହାର ପ୍ରଭାବ ପୋଲିସ ବାବୁଙ୍କ ଉପରେ ପଡୁନାହିଁ । ସୋମବାର ଖୋର୍ଦ୍ଧା ସଦର ଥାନାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ଲାଞ୍ଚୁଆ ସବଇନ୍ସପେକ୍ଟର। ଖୋର୍ଦ୍ଧା ସଦର ଥାନା ସବଇନ୍ସପେକ୍ଟର କେଦାରେଶ୍ବର ନନ୍ଦ ପଲାହାଟ ସ୍ଥାନୀୟ ଅଞ୍ଚଳର ସୁଶାନ୍ତ କୁମାର ସାହୁଙ୍କଠାରୁ ତାଙ୍କ ମୋଟର ସାଇକେଲ ଥାନାରୁ ମୁକୁଳାଇବା ପାଇଁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ତେବେ ଏହି ସମୟରେ ପୂର୍ବ ଯୋଜନା ମୁତାବକ ଛକି ରହିଥିବା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ପୋଲିସ ବାବୁ । ପରେ କେଦାରେଶ୍ବରଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *