Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭଡା ଘରେ ଚାଲିଛି ପଞ୍ଚାୟତ କାର୍ଯ୍ୟାଳୟ

1 min read

ଖୋର୍ଦ୍ଧା :(ସଖପ୍ର) ରାଜ୍ୟ ଏବଂ କେନ୍ଦ୍ର ସରକାର ଶାସନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ତୃଣମୂଳ ସ୍ତରରୁ ପ୍ରଚେଷ୍ଟା କରୁଥିବା ନେଇ ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ବାସ୍ତବ ଚିତ୍ର କିଛି ଅଲଗା । ପ୍ରାୟ ଆଠ ହଜାରରୁ ଊର୍ଦ୍ଧ୍ବ ଜନସଂଖ୍ୟା ଥିବା ଗ୍ରାମ ପଞ୍ଚାୟତର ନିଜସ୍ବ ଗୃହ ନଥିବା କାରଣରୁ ଭଡା ଘରେ କାର୍ଯ୍ୟାଳୟ ଚାଲୁଥିବା ଦେଖିବାକୁ ମିଳିଛି । ଏହି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତରେ ।
ମଙ୍ଗଳାଯୋଡି ଗ୍ରାମ ପଞ୍ଚାୟତର ନିଜସ୍ବ ଗୃହ ନଥିବା କାରଣରୁ ଭତ୍ତା ଏବଂ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦୂରରୁ ଆସୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଘଟଣାରେ ଖୋଦ ପଞ୍ଚାୟତ ନିର୍ବାହି ଅଧିକାରୀ ମଧ୍ୟ ନିଜସ୍ବ ଗୃହ ନଥିବା କାରଣରୁ ବହୁ ସମସ୍ୟା ସାଧାରଣ ଲୋକ ଭୋଗୁଥିବା ସ୍ବିକାର କରିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *