ଶ୍ରୀବନ୍ତପୁର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୪୨ ଅସୁସ୍ଥ
ଯାଜପୁର, ୧୬/୧୧:(ସଖପ୍ର) ଯାଜପୁର ଜିଲ୍ଲା ଧର୍ମଶାଳା ଶିକ୍ଷା ସର୍କଲ ଅଧିନସ୍ଥ ଶ୍ରୀବନ୍ତପୁର ପ୍ରାଥିମିକ ବିଦ୍ୟାଳୟରେ ଆଜି ଶନିବାର ମଧ୍ୟାହ୍ନ ଭୋଜନ ଖାଇ ୪୨ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିବା ଜଣାପଡିଛି । ଖବର ମୁତାବକ ଆଜି ସକାଳୁଆ ସ୍କୁଲ ଥିବାରୁ ଦିନ ୧୦ସୁଧା ମଧ୍ୟାହ୍ନ ଭୋଜନା ରନ୍ଧା ଶେଷ ହୋଇଥିଲା । ମାତ୍ର ରନ୍ଧାଯାଇଥିବା ଖାଦ୍ୟକୁ ଘୋଡାଯାଇନଥିବାରୁ ତରକାରୀରେ ଏକ ଝିଟିପିଟି ପଡିଯାଇଥିଲା । ଫଳରେ ଖାଦ୍ୟ ସବୁ ବିଷାକ୍ତ ହୋଇଯାଇଥିଲା । ପରେ ଉକ୍ତ ରନ୍ଧା ଖାଦ୍ୟକୁ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିଲା । ଖାଦ୍ୟା ଖାଇବା ପରେ କିଛି ଛାତ୍ର ହଠାତ ବାନ୍ତି କରିବା ସହିତ ମୁଣ୍ଡ ବୁଲାଇଥିଲା । ତାହାପରେ ସମସ୍ତ ଛାତ୍ରଛାତ୍ରୀ ସେହିଭଳି ବାନ୍ତି କରିବା ଦେଖାଯାଇଥିଲା । ଏହା ଦେଖି ଅନ୍ୟ କିଛି ଛାତ୍ରଛାତ୍ରୀ ଖାଦ୍ୟା ଆଉ ଖାଇନଥିଲେ । ତୁରନ୍ତ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଧର୍ମଶାଳା ଚିକସôାଳୟରେ ଭର୍ତ୍ତି କରାଯାଇ ଚିକସôା ଚାଲିଛି । ସୂଚନା ଥାଉକି ବିଦ୍ୟାଳୟରେ ୨ଜଣ ଶିକ୍ଷକ ରହିଥିବା ବେଳେ ସେମାନେ ବିଦ୍ୟାଳୟରେ ରନ୍ଧା ଖାଦ୍ୟ ଯାଂଚ କରନ୍ତି ନାହିଁ । ଏପରକି ସେମାନେ ପାଠନପଢ଼ାଇ ବିଦ୍ୟାଳୟ ବାହାରେ ବୁଲୁଥିବାର ମଧ୍ୟ ଅଭିଯୋଗ ହେଉଛି । ବ୍ଲକ ଶିକ୍ଷାଧିକାରୀ କେବଳ ଶିକ୍ଷକଙ୍କ ଠାରୁ ଟଙ୍କା ନେଇ ନିଜର ଦାିୟିତ୍ୱ ସାରୁଥିବା ବେଳେ କେବେବି ବିଦ୍ୟାଳୟ ଯାଇ ଖାଦ୍ୟା ଏବଂ ଶିକ୍ଷାଦାନ ବ୍ୟବସ୍ଥା ଯାଂଚ କରନ୍ତି ନାହିଁ । ଯାହା ଫଳରେ ଆଜି ଏଭଳି ଏକ ଘଟଣା ଘଟିଗଲା ବୋଲି ଆଲୋଚନା ହେଉଛି । ଏହି ଘଟଣାରେ ବ୍ଲକ ଶିକ୍ଷାଧିକାରୀଙ୍କୁ ତୁରନ୍ତ ବହିଷ୍କାର କରିବା ସହିତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି ।