Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଖନ୍ତପଡା ପଣପଣା ଚିଙ୍ଗୁଡି ପ୍ରୋସେସିଂଗ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍

1 min read

ବାଲେଶ୍ୱର, ୧୩/୧୧ :(ସଖପ୍ର) ଖନ୍ତପଡା ପଣପଣା ଚିଙ୍ଗୁଡି ପ୍ରୋସେସିଂଗ ଫ୍ୟାକ୍ଟ୍ରିରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇି ପ୍ରାୟ ୧୦୦ ଲୋକ ଅସୁସ୍ଥ ହୋଇଛନ୍ତି । ଅଣ ନିଶ୍ୱାସୀ ହୋଇ ପ୍ରାୟ ୧୦୦ ମହିଳା କର୍ମଚାରୀ ଅସୁସ୍ଥ ।୭୦ ରୁ ଊର୍ଦ୍ଧ ଗୁରୁତର କର୍ମଚାରୀଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତି କରାଯାଇଛି । ଗୁରୁତର ଥିବା କର୍ମଚାରୀଙ୍କ ମଧ୍ୟରୁ ଅନେକ ଅଚେତ ଥିବା ସୂଚନା ମିଳିଛି । ବାଲେଶ୍ୱର ମେଡିକାଲ୍ରେ ସ୍ୱତନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ଚିକିତ୍ସା କରାଯାଉଛି । ଅବଶିଷ୍ଟ ଅସୁସ୍ଥଙ୍କୁ ଖନ୍ତପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାତ୍ର ଜଣେ ଡାକ୍ତର ଓ ଜଣେ ନର୍ସ ଉପସ୍ଥିତ ଅଛନ୍ତି । ଏଣୁ ଡାକ୍ତର ଅଭାବ ପାଇଁ ରୋଗୀ ସେବା ବାଧା ପ୍ରାପ୍ତ ହେଉଛି । ଅସୁସ୍ଥଙ୍କ ଚିକିତ୍ସା ପାଇଁ ଅଧିକ ଡାକ୍ତର ନିଯୁକ୍ତ କରାଯାଉଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ୱତନ୍ତ୍ର ମେଡିକାଲ ଟିମ୍ ପଠାଯାଉଥିବା ସୂଚନା ମିଳୁଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବାଲେଶ୍ୱର ଜିଲ୍ଲାପାଳ ଓ ଏସ୍.ପି ପହଁଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *