01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟପାଳ ଭଗତ ସିଂହ କୋସିଆରୀ ଲତାଙ୍କ ଆରୋଗ୍ୟ କାମନା କରିଛନ୍ତି

ମୁମ୍ବଇ, ୧୩/୧୧ : (ସଖପ୍ର) ସ୍ୱର ସାମ୍ରାଜ୍ଞୀ ତଥା ଭାରତ ରତ୍ନ ଲତା ମଙ୍ଗେସଙ୍କର ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ରବିବାର ରାତି ୨ଟା ସମୟରେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା କାରଣରୁ ତାଙ୍କୁ ମୁମ୍ବଇ ସ୍ଥିତ ବ୍ରେଞ୍ଚ୍‍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡା. ପ୍ରତିତ ସମଦାନୀ ତାଙ୍କ ଚିକିତ୍ସା କରୁଛନ୍ତି। ଏହି ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ଲତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହାସହ ବଲିଉଡର ବିଗ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ହେମା ମାଳିନୀଙ୍କ ପର୍ୟ୍ୟନ୍ତି ଅନେକ ରାଜନେତାମାନେ ମଧ୍ୟ ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ଏହି ପରିପ୍ରେକ୍ଷିରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋସିଆରୀ ଲତାଙ୍କ ଆରୋଗ୍ୟ କାମନା କରିଥିବା ଜଣାପଡିଛି। ସେ ଲତାଙ୍କ ଆରୋଗ୍ୟ କାମନା କରି ଏକ ପତ୍ର ଲେଖିଥିବା ଜଣାପଡିଛି। ସେ ପତ୍ରରେ ଲେଖିଛନ୍ତି- “ମୁଁ ଆପଣଙ୍କ ସ୍ବାସ୍ଥ୍ୟକୁ ନେଇ ଅତ୍ୟନ୍ତ ଚିନ୍ତିତ। ମୁଁ ଆଶା କରୁଛି କି କୌଣଶି ଗମ୍ଭିର ସ୍ଥିତି ଉପୁଜିନଥିବ ଏବଂ ଆପଣ ଖୁବଶୀଘ୍ର ସୁସ୍ଥ ହୋଇ ଆପଣଙ୍କ ହସହସ ମୁଁହରେ ଫେରିଆସିବେ”।
ଲତାଙ୍କର ନିମୋନିଆ ସହ ହୃଦୟ ସମ୍ବନ୍ଧୀତ ଗମ୍ଭୀର ସମସ୍ୟା ରହିଛି। ଗତ କିଛି ଘଣ୍ଟା ମଧ୍ୟରେ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହୋଇଥିବା ସୂଚନା ମିଳିଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *