Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ

1 min read

ରାୟଗଡା ଜ଼ିଲ୍ଲା (ପ୍ରତିନିଧି ଅମୁଲ୍ୟ ନିଶଙ୍କ) ୯/୧୧/୧୯ ପୁଣ୍ୟ ଓ ପବିତ୍ର ଏହି କାର୍ତିକ ମାସ, ଗାଁ ରୁ ସହର ସବୁଠି ଦେଖିବାକୁ ମିଳେ ଭଗବାନ ଙ୍କ ନାମ ଭଜନ କୀର୍ତ୍ତନ ସହ ଭାଗବତ ପଠନ । ସେହିଭଳି ରାମନାଗୁଡା ବ୍ଲକ ଲିମାପଦର ସୀତାରାମ ମନ୍ଦିର ପ୍ରାଙ୍ଗଣରେ ସପ୍ତାହ ବ୍ୟାପୀ ଭାଗବତ ପାରାୟଣ ଓ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ଶୁକ୍ଳ ଷଷ୍ଠୀ ଠାରୁ ଦ୍ଵାଦଶୀ ପର୍ଯ୍ୟନ୍ତ ଏହି ପାରାୟଣ ଚାଲୁ ରହିଥିବା ଆୟୋଜକ କମିଟି ତରଫରୁ ସୂଚନା ମିଳିଛି । ଏହି ପରମ୍ପରା ଦୀର୍ଘ ୫୦ ରୁ ଉର୍ଦ୍ଧ୍ବ ବର୍ଷ ହେଲା ଚାଲିଆସୁଛି ,ଏହି ଅବସରରେ ପୁରୀ ରୁ ଆସିଥିବା ପଣ୍ଡିତ ଶ୍ରୀ ରମେଶ ଚନ୍ଦ୍ର ରଥ ଙ୍କ ଦ୍ଵାରା ପ୍ରତ୍ୟହ ସନ୍ଧ୍ୟା ରେ ପ୍ରବଚନ ସହ ଅନ୍ନପ୍ରସାଦ ର ବ୍ୟବସ୍ଥା କରାଯାଇଥିଲା । ଏହି ଅବସରରେ ସବୁଠାରୁ ଆକର୍ଷଣ ର କେନ୍ଦ୍ରବିନ୍ଦୁ ଥିଲା ପବିତ୍ର ବଡ଼ଏକାଦଶୀ ତିଥିରେ ସପ୍ତଋଷି ଙ୍କ ଉଦ୍ୟେଶ ରେ ତଥା ବିଶ୍ୱ କଲ୍ୟାଣ ନିମନ୍ତେ ମାନସିକଧାରୀ ଙ୍କ ଦ୍ଵାରା ସପ୍ତଦ୍ୱୀପ ଧାରଣ । ଏହି ସପ୍ତଦ୍ୱୀପ ଧାରଣ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେ ଏହି ଠାରେ ହିଁ ଦେଖିବାକୁ ମିଳିଥାଏ ବୋଲି ଭାଗବତ ଟୁଙ୍ଗି ମୁଖ୍ୟ ପ୍ରପନ୍ନ ତ୍ରିପାଠୀ ମତ ଦେଇଥିଲେ । ପବିତ୍ର ଦ୍ଵାଦଶୀ ତିଥିରେ ପାରାୟଣ ସଂପନ୍ନ ସହ ବିଷ୍ଣୁ ସହସ୍ରନାମ ପାଠ,ଗୀତା ଯଜ୍ଞ ଏବଂ ବ୍ୟାସପୂଜନ ସହ ପ୍ରସାଦ ସେବନ କରାଯାଇଥିଲା । ଭାଗବତ ପ୍ରବଚନ ରେ ଶ୍ରୀକୃଷ୍ଣ ଜନ୍ମ,ନନ୍ଦଉତ୍ସବ ଭଜନ କୀର୍ତ୍ତନ ସହ ବହୁ ଆଡ଼ମ୍ବରରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କୁ ଆୟୋଜକ କମିଟି ର ସଦସ୍ୟ ସଦାଶିବ ପଣ୍ଡା ,ପ୍ରପନ୍ନ ତ୍ରିପାଠୀ,ପ୍ରମୋଦ ତ୍ରିପାଠୀ, ଅରବିନ୍ଦ ତ୍ରିପାଠୀ, ଅଶ୍ୱିନୀ ତ୍ରିପାଠୀ,ସୁବାସ ପଣ୍ଡା ,ଚିନ୍ମୟ ପଣ୍ଡା ,ହୃଷିକେଶ ପଣ୍ଡା ,ଚକ୍ରପାଣି ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *