Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜମି ବିବାଦ ମଧ୍ୟରେ ବୋରିଗୁମ୍ମା ବ୍ଲକ୍ ତରାଭଟ୍ଟା ଆଦର୍ଶ ବିଦ୍ୟାଳୟ

1 min read

କୋରାପୁଟ ଜିଲ୍ଲା(ସଖପ୍ର) ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ତରାଭଟା ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଜମି ବିବାଦ ଥମିବାର ନା ନେଉନଥିବା ବେଳେ ଅଯଥା ରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟ କର୍ତ୍ତୁପକ୍ଷ ଓ ଛାତ୍ରଛାତ୍ରୀ । ସ୍କୁଲଟି ଆରମ୍ବ ହୋଇ 3 ବର୍ଷ ରୁ ଉର୍ଦ୍ଧ ହୋଇଯାଇଥିଲେ ମଧ୍ୟ ଜମି ବିବାଦ କୁ ନେଇ ହୋଇପାରୁନି ସମାଧାନ । ବର୍ଷା ଦିନରେ ଆଣ୍ଠୁଏ ପାଣିରେ ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ସ୍କୁଲର ରାସ୍ତା ମଝିରେ ଥିବା ଏକ ନାଳ ଓ ପାଚେରୀ ନଥିବା ଯୋଗୁ ବିଭିନ୍ନ ହିଂସ୍ର ଜନ୍ତୁ ଓ ଅସାମାଜିକ ବ୍ୟକ୍ତି ସ୍କୁଲ ମଧ୍ୟ୍ୟରେ ପ୍ରବେଶ କରୁଛନ୍ତି ଫଳରେ ଛାତ୍ରଛାତ୍ରୀ ଙ୍କ ମନରେ ଏକ ଭୟ ସୃଷ୍ଟି ହେଉଥିବା ଜଣାପଡୁଛି । ସ୍କୁଲ ର ଷ୍ଟାଫ ଓ କମିଟି ବାରମ୍ବାର ଅଭିଯୋଗ କରିବା ସତ୍ବେ କୌଣସି ପଦକ୍ଷେପ ନିଆ ଯାଉନାହିଁ । ଆଗକୁ ଯଦି କୌଣସି ଦୁର୍ଘଟଣା ଘଟେ ତାପାଇଁ ଦାୟୀ କିଏ ହେବ ବୋଲି ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ଆମ ପ୍ରତିନଧି ସହକାରି ନିର୍ବାହୀ ଯନ୍ତ୍ରୀ ଅଧିକାରୀ ଙ୍କୁ ପଚାରି ବୁଝିଥିଲେ । ଜମିଜମା ବିବାଦ ଯୋଗୁ କାମ ବନ୍ଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି । ଆଦର୍ଶ ବିଦ୍ୟାଳୟ ସରକାରଙ୍କ ଭଲ ପଦକ୍ଷେପ ଥିବାବେଳେ ତାରାଭଟା ଆଦର୍ଶ ସ୍କୁଲ ଏକ ବିତୃଷ୍ଟନାତ୍ମକ ପରିସ୍ଥିତି ସୃଷ୍ଟି କରୁଛି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।ଏହି ସମସ୍ୟା ର ସମାଧାନ କେବେ ହେବ ଓ ଏହାପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ କେବେ ସମସ୍ୟା ର ସମାଧାନ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *