ଅଖିଳ ଭାରତ କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ଜାତୀୟ ପରିଷଦ ବୈଠକ ଅନୁଷ୍ଠିତ, ଆସାମ-ଗୌହାଟୀ

ଆସାମ-/ଗୌହାଟୀ ୨୨/୦୮ (ସଖପ୍ର): ଆଜି ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଜାତୀୟ ପରିଷଦ ବୈଠକ ଆସାମ ରାଜ୍ୟର ଗୌହାଟୀସ୍ଥିତ ପାଲଟନସ୍ଥିତ ଷ୍ଟାରଲାଇନ ହୋଟେଲରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଭାରତବର୍ଷର ବିଭିନ୍ନ ରାଜ୍ୟରୁ ପ୍ରକାଶିତ ଖବର କାଗଜର ସମ୍ପାଦକମାନେ ଯୋଗଦେଇଥିଲେ। ମହାସଂଘର ଜାତୀୟ ସଭାପତି କେଶବଦତ୍ତ ଚାଣ୍ଡୋଲାଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଆସାମର ପାରମ୍ପରିକ ଉପଢୌକନଦେଇ ସମସ୍ତ ସଦସ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଜାତୀୟ ସଭାପତି କେଶବଦତ୍ତ ଚାଣ୍ଡୋଲା ମହାସଂଘର ଅତୀତ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ କର୍ମକର୍ତ୍ତା ଚୟନ କରାଯାଇଥିଲା। ଓଡିଶାରୁ ବିନୋଦ ମହାପାତ୍ର ମହାସଂଘର ଜାତୀୟ ଉପସଭାପତିଭାବେ ସର୍ବସମ୍ମତିକ୍ରମେ ଚୟନ ହୋଇଥିବାବେଳେ ଓଡ଼ିଶାର ରାଜ୍ୟ ସଭାପତି ଦାୟିତ୍ୱ ଶ୍ରୀ ଚନ୍ଦ୍ରକାନ୍ତ ସୁତାରଙ୍କୁ ଦିଆହୋଇଛି। ସେ ଆସନ୍ତା ଦିନରେ ଗଣମାଧ୍ୟମ ସମ୍ପାଦକ ଓ ପ୍ରତିନିଧିଙ୍କ ସମସ୍ୟା ରାଜ୍ୟ ଓ କେନ୍ଦ୍ରସରକାରଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ବୈଠକରେ ପ୍ରତିଶ୍ରୁତି ଦେଇଥିଲେ।

ମହାସଂଘ ସବୁବେଳେ ସମ୍ପାଦକଙ୍କ ମୌଳିକ ସୁବିଧା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଠାରେ ଦାବୀ ଉପସ୍ଥାପନ କରିବ ବୋଲି ନବନିର୍ବାଚିତ କର୍ମକର୍ତ୍ତାମାନେ ମତବ୍ୟକ୍ତ କରିଥିଲେ। ନବ ନିର୍ବାଚିତ ଜାତୀୟ ଉପସଭାପତି ବିନୋଦ ମହାପାତ୍ର ତାଙ୍କ ବକ୍ତବ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପରିଷଦର ସଦସ୍ୟ, କର୍ମକର୍ତ୍ତା, ପରିଷଦ ସଦସ୍ୟବୃନ୍ଦ ତଥା ସମସ୍ତ ସମ୍ପାଦକ ସଭ୍ୟ ସଭ୍ୟାବୃନ୍ଦଙ୍କ ସହଯୋଗ କାମନାକରି ଆଗାମୀ ଦିନରେ ସଂଗଠନକୁ ମଜଭୁତ କରି ଗଣମାଧ୍ୟମର ସ୍ଥିତି ଏବଂ ପରିସ୍ଥିତିକୁ ସୁଦୃଢ କରିବାପାଇଁ ଅନୁରୋଧ କରିଥିଲେ। ଶେଷରେ ରାଜସ୍ଥାନ ରାଜ୍ୟଶାଖାର ସଭାପତି ତଥା ରାଷ୍ଟ୍ରୀୟ ସଂପାଦକ ଡ଼ ଅନନ୍ତ ଶର୍ମା ସଙ୍ଗଠନର ସମସ୍ତ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିବା ପ୍ରତିଶ୍ରୃତି ଦେବାସହ ଧନ୍ୟବାଦ ଅର୍ପଣ କରିଥିଲେ।