Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବ୍ରହ୍ମପୁରରେ କର୍ତ୍ତବ୍ୟ ନିଶା ନିବାରଣ କେନ୍ଦ୍ର ତରଫରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read

ବ୍ରହ୍ମପୁର (ସଖପ୍ର): କର୍ତ୍ତବ୍ୟ ନିଶା ନିବାରଣ କେନ୍ଦ୍ର ତରଫରୁ ଆଜି ବ୍ରହ୍ମପୁର ଠାରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ବିକ୍ରମ ପଣ୍ଡା ଯୋଗଦେଇ ନିଶା ସେବନର ପରିଣାମ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି ଯୁବପିଢ଼ି ମାନେ କେମିତି ନିଶା ଦ୍ରବ୍ୟ ଠାରୁ ଦୂରରେ ରହିପାରିବେ ଓ କିପରି ଉପାୟରେ ନିଶା ନିବାରଣ କରି ପାରିବେ ଏବଂ କେଉଁଭଳି ଏହି ସମାଜରେ ସୁନାଗରିକ ଭାବେ ପରିଚିତ ହେବେ ତା ଉପରେ ବାର୍ତ୍ତା ଦେଇଥିଲେ। ତତସଙ୍ଗେ ସଙ୍ଗେ ବ୍ରହ୍ମପୁରରେ ଅବସ୍ଥିତ ଏହି କର୍ତ୍ତବ୍ୟ ନିଶାନିବାରଣ କେନ୍ଦ୍ରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଉକ୍ତ କେନ୍ଦ୍ରର ସଭାପତି ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ପଣ୍ଡାଙ୍କୁ ଧନ୍ୟବାଦ ଦେଇ ଉତ୍ସାହିତ କରିଥିଲେ ଏବଂ ଏହି କେନ୍ଦ୍ରର ସଭ୍ୟମାନେ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯଥା ସବୁବର୍ଗ ଖବରର ଜିଲ୍ଲାପ୍ରତିନିଧି ନିବାସୀ ଗୌଡ଼ ସହ ଇଶା ଓଡ଼ିଆ ଖବରର ଇନପୁଟ ମୁଖ୍ୟ ଲଷ୍ମୀନାରାୟଣ ପାଢୀଙ୍କ ସହ ସହର ମୁଖ୍ୟ ପ୍ରିୟା ଦର୍ଶନୀ ପ୍ରଧାନ, ଆର୍ଯ୍ୟ ବ୍ରତ ମହାନ୍ତି ଏବଂ ଉମାକାନ୍ତ ସାହୁ ସହଯୋଗ କରିଥିଲେ

ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିବାସୀ ଗୌଡ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *