Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସାଂସଦ ଅପରାଜିତାଙ୍କ ଠାରୁ ଦୁରେଇ ରହିଲେ ବିଜେପିକର୍ମୀ, ସ୍ୱାଗତ କଲେ ବିଶ୍ୱହିନ୍ଦୁ ପରିଷଦ

1 min read


ରାୟଗଡା (ସଖପ୍ର): ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ତିନିଦିନିଆ କୋରାପୁଟ ଓ ରାୟଗଡା ଜ଼ିଲ୍ଲା ଗସ୍ତ କରି ଫେରିଛନ୍ତି। ସାଂସଦଙ୍କ ଏହି ଗସ୍ତ ସମୟରେ ବିଜେପିର ଆଗଧାଡିର ନେତା କେହି ବି ସ୍ୱାଗତ କି ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇ ନଥିଲେ। ରାୟଗଡା ଜ଼ିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ରାୟଗଡା ଠାରେ ସାଂସଦଙ୍କୁ ରାୟଗଡା ଜନସାଧାରଣ ବହୁଳ ଭାବେ ସ୍ୱାଗତ କରିବା ସହିତ ବାଇକ ରାଲିରେ ମା ମାଝିଗୌରୀ ମନ୍ଦିରକୁ ନେଇଥିଲେ। ରାୟଗଡା ଠାରେ ସାଂସଦ ଅପରାଜିତା କହିଛନ୍ତି ଯେ ଏହି ରାୟଗଡା ଓ କୋରାପୁଟ ଜ଼ିଲ୍ଲାର ଜନସାଧାରଣ ମୋତେ ଯେଉଁ ସ୍ୱାଗତ କରିଛନ୍ତି ମୁଁ କେବେ ଭୁଲି ପାରିବି ନାହିଁ । ଦୀର୍ଘ 20ବର୍ଷ ପରେ ବି ଏହି ଜ଼ିଲ୍ଲାରେ କିଛି ବିକାଶ ହୋଇ ପାରିନାହିଁ। କୋରାପୁଟ ଜ଼ିଲ୍ଲାର କୋଟିଆ ପାଇଁ କୋଟିଆ ଡେଭଲପମେଣ୍ଟ ଏଜେନସି ଗଠନ ପାଇଁ ପରାମର୍ଶ ରଖିଥିଲେ। ଏହି ଗସ୍ତ ସମୟରେ ବିଜେପିର ଆଗ ଧାଡ଼ିର ନେତା କାହିଁକି ଆପଣଙ୍କୁ ସ୍ୱାଗତ ପାଇଁ ଆସିଲେ ନାହିଁ ବୋଲି ପଚାରିବାରୁ ସେ କହିଥିଲେ ମୁଁ ମୋର କାମ କରିଚାଲିଛି ଦଳ ପାଇଁ, ଦଳ ମୋତେ ଯେଉଁ ଦାୟିତ୍ୱ ଦେଇଛି ତାହା ମୁଁ କରୁଛି, ମୋତେ କିଏ ସ୍ୱାଗତ କରୁଛି କି ନାହିଁ ତାହା ମୋତେ ଜଣାନାହିଁ, ଆପଣ ମାନେ ଦେଖନ୍ତୁ। 2024ନିର୍ବାଚନରେ କଣ ହେବାକୁ ଯାଉଛି ସାଂସଦଙ୍କ ଗସ୍ତ ବିଷୟରେ ଜ଼ିଲ୍ଲା ସଭାପତି ଶିବ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ ଭୁବନେଶ୍ୱର ସଂସଦ ରାୟଗଡା ଆସିବା କଥା ଆମେ ଜାଣିନୁ ଯଦି ଆସିଛନ୍ତି ସେ ଏନ ଜି ଓ କାମରେ ଆସିଥିବେ, ବିଜେପି ଜ଼ିଲ୍ଲା ସାଧାରଣ ସମ୍ପାଦକ କିଶୋର ପଣ୍ଡା କହିଲେ କି ରାଜ୍ୟ ବିଜେପିରୁ ରବି ନାୟକଙ୍କ ନିର୍ଦେଶ ଅଛି ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ନଯିବା ନିମନ୍ତେ, ଯଦି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି ତାହେଲେ ପଦ ପଦବୀ ହରାଇବାକୁ ପଡିବ ବୋଲି ନିର୍ଦେଶ ଥିବାରୁ ଆମେ ଗଲୁନାହିଁ ବୋଲି କହିଥିଲେ, ଏଥିରୁ ସ୍ପଷ୍ଟ ଅନୁମାନ କରାଯାଉଛି କି ବିଜେପି ଦଳରେ ଏକ ବିରାଟ ଫାଟ ସୃଷ୍ଟି ହେବାକୁ ଯାଉଛି ଆଗାମୀ ଦିନରେ ଜଣାପଡିବ କେଉଁ ପାଣି କୁଆଡେ ଯାଉଛି।


ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *