Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ବିଜେଡିର ମିଶ୍ରଣ ପର୍ବ ମୁକୁନ୍ଦପୁର ଠାରେ ଅନୁଷ୍ଠିତ

1 min read

ରାୟଗଡା ୬/୧୦(ସଖପ୍ର): ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଧିନ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତର ହାତୀଖମ୍ବା ନିକଟରେ ଥିବା ମା କୂଳବନ୍ଧ ମନ୍ଦିର ପ୍ରାଙ୍ଗଣରେ ଆଜି କୋଲନରା ବିଜେଡି ଦଳ ପକ୍ଷରୁ କର୍ମୀ ସମ୍ମିଳନୀ ସହ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଗତ କିଛି ଦିନ ତଳେ ମନ୍ତ୍ରୀଙ୍କ ଉପସ୍ଥିତିରେ ବହୁ କର୍ମୀ ବିଜେଡିରେ ସାମିଲ ହୋଇଥିବା ବେଳେ ଆଜି ତିରୁପତି ବାନାଗାଡିଙ୍କ ନେତୃତ୍ୱରେ ବିଏସପି ଓ କଂଗ୍ରେସ ରୁ ବହୁ କର୍ମୀ ଆଜି ବିଜେଡିରେ ଯୋଗଦାନ କରିଥିଲେ ଏହି କାର୍ଯ୍ୟକ୍ରମରେ ମୁକୁନ୍ଦପୁର ପଞ୍ଚାୟତର ବହୁ ଗ୍ରାମରୁ ଶତାଧିକ ଲୋକେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ବିଜୁ କୃଷକ ସେଲର ସମ୍ପାଦକ ବି.ତିରୁପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କୋଲନରା ବ୍ଲକ ଅଧକ୍ଷା ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ, ବାଙ୍କିଲି ସରପଞ୍ଚ ବିସିକେଶନ କଣ୍ଡାଗରିଙ୍କ ସହ ୯ ଗୋଟି ପଞ୍ଚୟତର ସରପଞ୍ଚ, ସମିତିସଭ୍ୟ ଓ କର୍ମୀମାନେ ଉପସ୍ଥିତ ଥିଲେ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ବିଜେଡିରେ ବହୁ ସଂଖ୍ୟାରେ ଯୋଗଦାନ, ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜେଡିର ହାତ ମୁଠାକୁ ଅଧିକ ଟାଣ କରିବାରେ ସହାୟକ, ହେବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇ ଅବଗତ କରିବା ପାଇଁ ଉପସ୍ଥିତ କର୍ମୀ ମାନଙ୍କୁ ଶ୍ରୀ ତିରୁପତି କହିଥିଲେ। ଏଥିରେ ଆଗାମୀ ପଞ୍ଚୟତ ନିର୍ବାଚନକୁ ଦୃଷ୍ଟିରେ ରଖି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ଅଲୋଚନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳର ଜିଲ୍ଲା ସମ୍ପାଦକ ଜାଲଦୁ କଣ୍ଡାଗରି ମଞ୍ଚ ପରିଚାଳନା କରିଥିବଲେ। ଅଞ୍ଚଳର ପ୍ରମୁଖ କର୍ମୀ ଇଦି ମନ୍ମଥ ରାଓ ପରିଚାଳନା ଓ ଯୁବ କର୍ମୀ ଟି ରାଜେଶ ସହଯୋଗ କରିଥିଲେ। ଏଥିରେ ବିଜୁ ଛାତ୍ର ଜନତା ଦଳର ବ୍ଲକ ସଭାପତି ସାନ୍ତୁ ବାବୁ, ବିଜୁ ଜନତା ଦଳର ବ୍ଲକ ସଭାପତି ବିକ୍ରମ ପିର୍ବାକା, ସୁରୀ ସରପଞ୍ଚ ଗଙ୍ଗାଧର ହିକକା, ସମିତିସଭ୍ୟ କାନ୍ତାରାଓ, ବଡଖିଲାପଦର ସରପଞ୍ଚ ସୋମନାଥ କାଡ୍ରାକା, ଭୋଇମଡା ସମିତିସଭ୍ୟ କେୟା କୁମ୍ବ୍ରିକା ପ୍ରମୁଖ ଉପସ୍ଥିତ ରହିଥିଲେ।


ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *