Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋରାପୁଟ ଅବକାରୀ ବିଭାଗର ବଡ ସଫଳତା, ୮୦ ଲକ୍ଷ ଟଙ୍କାର ଗଞେଇ ଜବତ

1 min read

କୋରାପୁଟ ୦୬/୧୦(ସଖପ୍ର): କୋରାପୁଟ ଜିଲ୍ଲା ଅବକାରୀ ବିଭାଗକୁ ବଡ ସଫଳତା ମିଳିଥିବା ଜଣାପଡିଛି । ଅନେକ ବର୍ଷ ପରେ ବିପୁଳ ପରିମାଣର ଗଞେଇ ଜବତ କରାଯାଇଥିବା ଜଣାପଡିଛି। ନନ୍ଦପୁର ବ୍ଲକ ଅନ୍ତର୍ଗତ ରାଗିଣୀଗୁଡା ଗ୍ରାମରେ ଅବକାରୀ ବିଭାଗର ଚଢାଉ କରିବା ଜାଣିପାରି ଅଭିଯୁକ୍ତ ଘର ଛାଡି ଫେରାର ହୋଇଯାଇଥିଲା ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ ପ୍ରକାଶ କରିଛନ୍ତି । ସମୁଦାୟ ୮୪୦ କେଜି ଗଞେଇ ଜବତ କରାଯାଇଥିବା ବେଲେ ଏହାର ଆନୁମାନିକ ମୁଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ସେ ସୂଚନା ଦେଇଛନ୍ତି। ମନୋଜ କୁମାର ସେଠୀଙ୍କ ନିର୍ଦେଶ ଅନୁଯାୟୀ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଅବକାରୀ ନିରୀକ୍ଷକ ଦିଲିପ କୁମାର ରଥ , ନନ୍ଦପୁର ଓଆଇସି ତ୍ରୀନାଥ ଚିନିନ୍ଦା, ଏସଆଇ ଖଗେଶ୍ୱର କାଟେ ,ଏଏସଆଇ ଅରୋପଳକ ଦାସ,କନେଷ୍ଟବଳ ପ୍ରଶାନ୍ତ କୁମାର ନାୟକ, ତ୍ରିଲୋଚନ ରାୟଚେଟ୍ଟି, ପ୍ରଶାନ୍ତ କୁମାର ଗୈାଡ, ରାମ ଗୈାଡ ଓ ଆର.ଭେଙ୍କେଟେଶ କୁମାର ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି । କୋରାପୁଟ ଜିଲ୍ଲା ଅବକାରୀ ବିଭାଗ ଏତେ ପରିମାଣର ଗଞେଇ ପ୍ରଥମଥର ପାଇଁ ଜବତ କରିଥିବା ସେ ପ୍ରକାଶ କରିଛନ୍ତି। ଫେରାର ଅଭିଯୁକ୍ତଙ୍କ ପରିଚୟ ମିଳିଛି, ଖୁବଶ୍ରୀଘ୍ର ଧରାପଡିବ ବୋଲି ସେ ସୂଚନା ଦେଇଛନ୍ତି।

କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *