Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜଣେ ପ୍ରଧାନ ସେବକଙ୍କୁ ଦୁଇଟି ବିଦ୍ୟାଳୟର ଦାୟିତ୍ୱ…

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲା ରେ ସରକାରଙ୍କ ଅଜବ ନୀତି |ସକ୍ଷରତା ହାର ମାଲକାନଗିରି ଜିଲ୍ଲାର ବହୁତ କମ |ଆଦିବାସୀ ଓ ହରିଜନ ଉନ୍ନୟନ ବିଭାଗର ଆଶ୍ରମ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟ ଗୁଡିକରେ ବହୁତ ଅଵ୍ୟବସ୍ତା ଲାଗିରହିଛି |ଆଶ୍ରମ ବିଦ୍ୟାଳୟ ଗୁଡିକ ରେ ପ୍ରଧାନ ସେବକର ଅଭାବ ଜଣେ ଜଣେ ପ୍ରଧାନ ସେବକଙ୍କୁ ଦୁଇ ତିନିଟି ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଛି |ସୂଚନା ଥାଉକି, ସିନ୍ଧି ଗୁଡା ଆଶ୍ରମ ବିଦ୍ୟାଳୟ ର ପ୍ରଧାନ ସେବକ ଶ୍ରୀ ବି କେ ସୁନାମୁଦୀଙ୍କୁ ତାଙ୍କ ବିଦ୍ୟାଳୟ ସହ ପରକନମାଳା ଆଶ୍ରମ ବିଦ୍ୟାଳୟର ଦାୟିତ୍ୱ ଦିଆଯାଇଛି |ସିନ୍ଧିଗୁଡାର ଜଣେ ଅଭିଭାବକ ସାର ନ ରହିବାରୁ ବିଦ୍ୟାଳୟରେ ଠିକ ଭାବରେ ପାଠ ପଢ଼ାଯାଉନି ବୋଲି ଅଭିଯୋଗ କରିଛନ୍ତି |ନିଜ ନାମ ଗୁପ୍ତରଖି ଜଣେ ଶିକ୍ଷକ କହିଛନ୍ତି ଯେ ଆମେମାନେ ବି ଏଡ଼ ସାରି ଆଶ୍ରମ ବିଦ୍ୟାଳୟରେ ପ୍ରାୟ ୨୦ବର୍ଷ ହେଲା ଚାକିରୀ କରିଛୁ କିନ୍ତୁ ଆମକୁ ଅଣଦେଖା କରାଯାଉଛି |ଆମ ଜିଲ୍ଲାରେ ବହୁତ ବିଦ୍ୟାଳୟରେ ପ୍ରଧାନ ସେବକ ନାହାନ୍ତି |ଅନ୍ୟ ଉଚ୍ଚ ବା ଆଶ୍ରମ ବିଦ୍ୟାଳୟର ଶିକ୍ଷକଙ୍କୁ ଦାୟିତ୍ୱ ଦିଆଯାଉଛି |ଶୁଣିବାକୁ ମିଳୁଛି ଯେ ଏଥିପାଇଁ କେତେଜଣ ମୋଟା ଅଙ୍କର ଟଙ୍କା ବିଭାଗୀୟ ଅଧିକାରୀଙ୍କୁ ଦେଉଛନ୍ତି |ଏପରି ହେଵାଦ୍ୱାରା ଆଦିବାସୀ ଓ ହରିଜନ ଛାତ୍ର ଛାତ୍ରୀ ମାନଙ୍କ ଶିକ୍ଷାର ମାନ କମି ଯାଉଛି ବୋଲି ବୁଦ୍ଧିଜୀବୀ ମାନେ ମତପ୍ରକାଶ କରିଛନ୍ତି |ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଅବିଭକ୍ତ କୋରାପୁଟ ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *