Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ସାର୍କିଟ ହାଉସ ( circuit house ) ପାଲଟିଛି ଗୋଦାମ ଗୃହ

1 min read

ରାୟଗଡା : ରାୟଗଡା ଜ଼ିଲ୍ଲା ଗସ୍ତକୁ ଆସୁଥିବା VVIP / VIP ଶାସନ ସଚିବ ଉଭୟ ଓଡିଶା ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କୁ ରାତ୍ରି ରହଣି ନିମନ୍ତେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 22/01/2004 ରେ ଶୁଭ ଦେଇ ଭିତ୍ତିପ୍ରସ୍ତର ଦେଇଥିଲେ l ଏହାର ଉଦଘାଟନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ 22/06/2007 ରେ କରିଥିଲେ l ପ୍ରଦକ୍ଷଣ ଗୃହର ନବୀକରଣ ଓ 4 ଗୋଟି ଅତିରିକ୍ତ ଗୃହର ନିର୍ମାଣ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପୂର୍ବତନ ରାଜ୍ୟ ସଭା ସାଂସଦ ଏନ ଭାସ୍କର ରାଓ 17/07/2018 ରେ କରିଥିଲେ l ଇତିମଧ୍ୟରେ ପୁରୁଣା ପ୍ରଦକ୍ଷଣ ଗୃହ ଉପରେ ତୃତୀୟ ମହଲାରେ 4 ଗୋଟି ବଖରା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି l କିନ୍ତୁ ଏହି ନିର୍ମାଣଧୀନ ଗୃହ ପାଇଁ ଆବଶ୍ୟକ ସାମଗ୍ରୀ ଯଥା ଚୌକି ଟେବୁଲ ଖଟିଆ ବେଡ଼ ସମତେ ବହୁ ସାମଗ୍ରୀ ପ୍ରଦକ୍ଷଣ ଗୃହର ତଳ ଓ ଦ୍ୱତୀୟ ମହଲା ଓ vvip ଓ vip ଙ୍କ ପାଇଁ ନିର୍ମିତ ଅତିରିକ୍ତ ଗୃହ ସାମ୍ନାରେ ପଡିରହିଛି l ଗୃହର କାମ ସମ୍ପୂର୍ଣ୍ଣ ପୂର୍ବରୁ କିପରି ସମ୍ପୃକ୍ତ ଠିକାଦାର ଗୃହ ଉପକରଣ ଆଣି ପ୍ରଦକ୍ଷଣ ଗୃହର ରୁମ ସମ୍ମାନରେ ରଖିଛନ୍ତି l ପ୍ରଦକ୍ଷଣ ଗୃହର ଦାୟିତ୍ୱରେ ଥିବାପୂର୍ବତନ ଅଧିକାରୀଙ୍କ ସହ ସଲାସୁତୁରା କରି ପ୍ରଦକ୍ଷଣ ଗୃହକୁ ଏକ ଗୋଦାମ ଗୃହରେ ପରିଣତ କରିଛନ୍ତି l ପ୍ରଦକ୍ଷଣ ଗୃହକୁ ଗୋଦାମ ଗୃହରେ ପରିଣତ ପାଇଁ ପୂର୍ବତନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଜାଣତରେ ହୋଇଥିବା ଆଲୋଚନା ଚାଲିଛି l କିଛି ଦିନ ପୂର୍ବେ ଜ଼ିଲ୍ଲାପାଳ ହଠାତ କୌଣସି କାମରେ ପ୍ରଦକ୍ଷଣ ଗୃହକୁ ଆସିଥିଲା ବେଳେ ପ୍ରଦକ୍ଷଣ ଗୃହର ଅବସ୍ଥା ଦେଖି ବିରକ୍ତ ହୋଇ ଏହା କଣ ଗୋଦାମ ଗୃହ କି ବୋଲି ବିରକ୍ତ ଭାବ ପ୍ରକାଶ କରିଥିବାର ଜଣାପଡିଛି l ଜ଼ିଲ୍ଲାପାଳଙ୍କୁ ଅନ୍ଧାରରେ ରଖି ପୂର୍ବତନ ପ୍ରଦକ୍ଷଣ ଗୃହ ଦାୟିତ୍ୱରେ ଥିବା ଅଧିକାରୀ ଓ ଡେପୁଟି କଲେକ୍ଟର ନିଜାରତ ବିଭାଗଙ୍କ ମଧ୍ୟରେ କଣ ଭିତିରି ସମ୍ପର୍କ ରହିଛି ଯେ ଗତ 20/09/2023 ରେ ନିଜାରତ ବିଭାଗରୁ ନିଜ କାର୍ଯ୍ୟରୁ ରିଲିଭ ହୋଇ 08/10/2023 ସୁଧା ପ୍ରଦକ୍ଷଣ ଗୃହର କୌଣସି ଦାୟିତ୍ୱ ହସ୍ତାନ୍ତର କରିନଥିବାର ଜଣାପଡିଛି l ଦୀର୍ଘ 18 ଦିନ ଧରି ଗତ 20/09 ତାରିଖ ଠାରୁ କିପରି ଏହି ପ୍ରଦକ୍ଷଣ ଗୃହ ଚାଲିଛି ତାହା ତଦନ୍ତ ସାପେକ୍ଷ l ଏଥିରେ ନିଜାରତ ଡେପୁଟି କଲେକ୍ଟର ଓ ପୂର୍ବତନ ପ୍ରଦକ୍ଷଣ ଗୃହ ଦାୟିତ୍ୱରେ ଥିବା ଅଧିକାରୀଙ୍କ ମଧ୍ୟରେ କିଛି ସମ୍ପର୍କ ଥିବା ନେଇ ସନ୍ଦେହ ସୃଷ୍ଟି ହୋଇଛି l

ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *