Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ହାବିଲଦାର ଓ କନେଷ୍ଟବଳ ଶାଖା ସଙ୍ଘ ରାୟଗଡାର ନିର୍ବାଚନ ଅନୁଷ୍ଠିତ

1 min read

ରାୟଗଡା : ଓଡିଶା ପୋଲିସ ହାବିଲଦାର ଓ କନେଷ୍ଟବଳ ଶାଖା ସଙ୍ଘ ରାୟଗଡାର 2023 ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇ ତାହାରି ଫଳାଫଳ ଘୋଷଣା ହୋଇଯାଇଛି l ଗତ କାଲି ନିର୍ବାଚନ ଫଳାଫଳକୁ ସେଣ୍ଟ୍ରାଲ ରିଟର୍ନିଙ୍ଗ ଅଧିକାରୀ ତଥା ଡି ଏସ ପି ଡି ଆଇବି ରାୟଗଡା ଘୋଷଣା କରିଛନ୍ତି l ଏହି ନିର୍ବାଚନରେ ସଭାପତି ଭାବେ ଅନିଲ କୁମାର ଦଣ୍ଡସେନା ବିଜୟ ହୋଇଛନ୍ତି l ଅନିଲ କୁମାର 249 ଭୋଟ ପାଇଥିବା ବେଳେ ରତ୍ନମଣୀ ସାହୁ 216 ଭୋଟ ପାଇଛନ୍ତି l ଉପସଭାପତି ଭାବେ ଦିଲୀପ କୁମାର ସିଂ ନିର୍ବାଚିତ ହୋଇଛନ୍ତି l ଦିଲୀପ 282 ଭୋଟ ପାଇଥିବା ବେଳେ ଲୋଟା ରବୀନ୍ଦ୍ର କୁମାର ମୁର୍ତ୍ତୃ 180 ଖଣ୍ଡ ଭୋଟ ପାଇଛନ୍ତି l ସାଧାରଣ ସମ୍ପାଦକ ଭାବେ ସତ୍ୟଜିତ ମହାପାତ୍ର 214 ଖଣ୍ଡ ଭୋଟ ପାଇଥିବା ବେଳେ ତ୍ରିଲୋଚନ ନାୟକ 170 ଖଣ୍ଡ ଭୋଟପାଇଥିଲେ l ସତ୍ୟଜିତ ନିର୍ବାଚିତ ଘୋଷିତ ହୋଇଛନ୍ତି l ଯୁଗ୍ମ ସମ୍ପାଦକ 1 ଭାବେ ରାଜେଶ କୁମାର ଲାକ୍ରା ନିର୍ବାଚିତ ହୋଇଥିବା ବେଳେ ଯୁଗ୍ମ ସମ୍ପାଦକ 2 ଭାବେ ଶ୍ୟାମ ସୁନ୍ଦର ସାହୁ ନିର୍ବାଚିତ ହୋଇଛନ୍ତି l ଯୁଗ୍ମ ସମ୍ପାଦକ 1 ରାଜେଶ ଲାକ୍ରା ଙ୍କୁ 257 ଓ ଶିବ ଶର୍ମା କୁ 201 ଯୁଗ୍ମ ସମ୍ପାଦକ 2 ଶ୍ୟାମ ସୁନ୍ଦର ସାହୁ କୁ 226 ଓ ରମାକାନ୍ତ ପାଢ଼ୀ କୁ 125 ଖଣ୍ଡ ଭୋଟ ମିଳିଛି l କୋଷାଧ୍ୟକ୍ଷ ଭାବେ ସଂଜୟ କୁମାର ଗମାଙ୍ଗ ବିଜୟ ହୋଇଛନ୍ତି l ସଂଜୟ 238 ଓ କ୍ରିଷ୍ଣା ଚନ୍ଦ୍ର ଯାନୀ 222 ଖଣ୍ଡ ଭୋଟ ପାଇଛନ୍ତି l ସଭ୍ୟ ଭାବେ ସଦାନନ୍ଦ ଶତପଥୀ 282, ରାମରାଓ ଗୁମୁଡାନି 188, ଶିବ ଶଙ୍କର ମଣ୍ଡାଙ୍ଗୀ 201, କେଶବ ବେହେରା 191 ଓ କାହ୍ନୁ ଚରଣ ସାହୁ 230 ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି l ନିର୍ବାଚିତ ସଦସ୍ୟ ମାନେ ପୋଲିସ ହାବିଲଦାର ଓ କନେଷ୍ଟେବଳ ନିର୍ବାଚନରେ ଭୋଟ ଦେଇ ବିଜୟ କରିଥିବାରୁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି l

ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *