Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ବିଜୁ ଯୁବ ଜନତା ଦଳ କଲ୍ୟାଣସିଂହପୁର ପକ୍ଷରୁ ଅନୁଷ୍ଠିତ

1 min read

ରାୟଗଡା ଜିଲ୍ଲା (ସଖପ୍ର): ରକ୍ତଦାନ ଏକ ମହତ ଦାନ। ରକ୍ତ ଅଭାବରୁ ବହୁ ଅକାଳରେ ମୃତ୍ୟୁବରଣ କରନ୍ତି, ଏହାକୁ ଦୃଷ୍ଟିରେ ରଖି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ଆଜି ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ବିଜୁ ଯୁବ ଜନତା ଦଳ କଲ୍ୟାଣସିଂହପୁର ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ଯକ୍ରମରେ ବ୍ଲକ ଅଧକ୍ଷା ଆମ୍ରିତା କାଡ୍ରାକା ଦୀପ ପ୍ରଜଳନ କରି ଉଦଘାଟନ କରିଥିଲେ। ଏଥିରେ ବ୍ଲକ ବିଜୁ ଜନତା ଦଳର ସଭାପତି ସୁନ୍ଦର ରାଓ ବାଗ , ଜିଲ୍ଲା ପରିଷଦ ସଭ୍ୟ ଭି ଓ୍ବାଇ ପ୍ରସାଦ ରାଓ,ରାୟଗଡ଼ା ଜିଲ୍ଲା ବିଜୁ ଜନତା ଦଳ ଯୁବ ସଭାପତି ଦେବାଶିଷ ଖାଡ଼ାଙ୍ଗା, ଜଗନ୍ନାଥପୁରର ବରିଷ୍ଠ ବିଜେଡି ନେତା ଶ୍ରୀନିବାସ ଶ୍ରୀନୁ ଭାଇ,କଲ୍ୟାଣସିଙ୍ଗପୁର ବିଜୁ ଜନତା ଦଳ ଯୁବ ସବାପତି ରାଜୀବ ନାୟକ ସହ ବ୍ଲକ ଯୁବ ଉପସଭାପତି ସନ୍ତୋଷ କୁମାର ଲମ୍ବତା, ସମ୍ପାଦକ ମଣ୍ଟୁ ଦଣ୍ଡସେନା ସହ ସାଧାରଣ ସମ୍ପାଦକ ପ୍ରଦୀପ ଦଳାଇ  ଓ ବିଜୁ ଯୁବ ଜନତା ଦଳର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ। ଏହି ରକ୍ତ ଦାନ ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ବିଜୁ ଜନତା ଦଳର ସଭାପତି କହିଛନ୍ତି।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

ସବୁବର୍ଗ ଖବର

2 thoughts on “ସ୍ବେଚ୍ଛାକୃତ ରକ୍ତ ଦାନ ଶିବିର ବିଜୁ ଯୁବ ଜନତା ଦଳ କଲ୍ୟାଣସିଂହପୁର ପକ୍ଷରୁ ଅନୁଷ୍ଠିତ

Leave a Reply

Your email address will not be published. Required fields are marked *