Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସ୍ତ୍ରୀର ପ୍ରତାରଣା ସହି ନ ପାରି ସ୍ୱାମୀର ଆତ୍ମହତ୍ୟା…

1 min read

ମାଲକାନଗିରି :ମାଲକାନଗିରି ସହର ନିକଟସ୍ଥ ଏମ ଭି -୯ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି |ସେହି ଗ୍ରାମର ଅସୀମ ହାଲଦାର ନାମକ ଯୁବକ ଆତ୍ମହତ୍ୟା କରିଛି |ଖବର ନେବାରୁ ଜଣାପଡିଛି ଯେ ତାଙ୍କ ସ୍ତ୍ରୀ ଅନ୍ୟ ଜଣେ ଯୁବକଙ୍କୁ ପ୍ରେମ କରି ଘର ଛାଡି ଚାଲି ଯାଇଛନ୍ତି |ଆଗରୁ ମଧ୍ୟ ଥରେ ସେ ଏପରି କରିଥିଲେ |ଗାଁ ଲୋକ ବୁଝେଇ ୨ ଜଣଙ୍କୁ ଏକାଠି କରିଥିଲେ |

ଏବେ ପୁଣି ସେ ଚାଲିଯିବାରୁ ଲୋକଲଜ୍ଜା ସହି ନ ପାରି ଶେଷରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା |ଘର ଲୋକେ ତାକୁ ମାଲକାନଗିରି ଜିଲ୍ଲା ହସ୍ପିଟାଲ କୁ ନେଇଥିଲେ| ସେଠି ତାକୁ ମୃତ ଘୋଷଣା କରାଯାଇଥିଲା |ତାର ଆତ୍ମହତ୍ୟା ପାଇଁ ତାର ସ୍ତ୍ରୀ ହିଁ ଦାଈ ବୋଲି ତାର ଘରଲୋକ ମାଲକାନଗିରି ଥାନାରେ ଏତଲା ଦେଇଛନ୍ତି |ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ କହିଛନ୍ତି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ଵ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *