Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକଙ୍କ ଆତ୍ମହତ୍ୟା…

1 min read

ମାଲକାନଗିରି :ମାଲକାନଗିରି ଜିଲ୍ଲାପାଳ ଶ୍ରୀ ମନୀଷ ଅଗ୍ରୱାଲଙ୍କ ବ୍ୟକ୍ତିଗତ ସହାୟକ ରୂପେ କାର୍ଯ୍ୟ କରୁଥିବା ଦେବ ନାରାୟଣ ପଣ୍ଡା ଆତ୍ମହତ୍ୟା କରିଛନ୍ତି |କାଲି ସେ ଅଫିସ ପାଇଁ ଘରୁ ବାହାରିଲା ପରେ ଘରକୁ ଆଉ ଫେରିନାହାନ୍ତି |ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ନ ଆସିବାରୁ ଓ ତାଙ୍କ ଫୋନ ନ ଲାଗିବାରୁ ଶେଷରେ ଘର ଲୋକେ ଥାନାରେ ଲିଖିତ ଆକାରରେ ଦେଇଥିଲେ |

ଘରର ଲୋକଙ୍କ କହିବାନୁସାରେ ସେ କେତେ ଦିନ ହେବ ମାନସିକ ଚାପରେ ଥିଲେ |ଜିଲ୍ଲାପାଳ ତାଙ୍କୁ ବାରମ୍ବାର ଫୋନ କରୁଥିଲେ |ଆଜି ସକାଳୁ କେତେକ ଲୋକ ତାଙ୍କର ମୋଟରସାଇକଲ ଓ ହେଲମେଟ ସତିଗୁଡା ବ୍ରିଜ ଉପରେ ଥିବାର ଦେଖି ପୋଲିସକୁ ଖବର ଦେଇଥିଲେ |ପରେ ମାଲକାନଗିରିର ଅଗ୍ନିଶମ ବିଭାଗର କର୍ମଚାରୀ ତାଙ୍କ ମରଶରୀରକୁ ଡ୍ୟାମରୁ ବାହାର କରିଥିଲେ |କେଉଁ କାରଣରୁ ଏପରି ପଦେକ୍ଷପ ସେ ନେଲେ ତାହା ଫର୍ଦାପାସ କରିବାପାଇଁ ସାଧାରଣ ରେ ଦାବି ହେଉଛି |

ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ଵ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *