Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ସମାଜସେବୀ ଶାନ୍ତିଲାଲଙ୍କ ଦେହାନ୍ତ,ମାଲକାନଗିରିରେ ଶୋକର ଛାୟା

1 min read

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲାର ଜଣେ ଅଗ୍ରୀଣ ସଫଳ ବ୍ଯବସାୟୀ ଓ ସମାଜସେବୀ ଶାନ୍ତିଲାଲ ସୋମାନିଙ୍କ ଆଜି ବ୍ରହ୍ମ ମୁହୂର୍ତ୍ତରେ କରୋନାରେ ସଂକ୍ରମିତ ହୋଇ ଦେହାନ୍ତ ହୋଇଥିବା ଜଣା ପଡିଛି | ପ୍ରାପ୍ତ ସୂଚନା ଅନୁସାରେ ଶାନ୍ତିଲାଲଙ୍କର କିିଡିନ୍ ଓ ହର୍ଟ୍ ସମସ୍ଯା ରହିଥିଲା |ତେଣୁ ସେ ରାୟପୁର ହସ୍ପିଟାଲରେ ଚିକିତ୍ସିତ ହୋଇ ଆସୁଥିଲେ |ଗତ ଜୁନ୍ ପହିଲାରେ ତାଙ୍କ ସ୍ବାସ୍ଥ୍ଯ ଖରାପ ହେବାରୁମାଲକାନଗିରି ସ୍ଥିତ ତାଙ୍କ ବାସଭବନରୁ ତୁରନ୍ତ ସ୍ଥାନାନ୍ତର କରାଯାଇ ରାୟପୁର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଥିଲା |ସେଠାରେ ତାଙ୍କର କରୋନା ପରୀକ୍ଷା କରାଗଲା ପରେ ସେ କରୋନାରେ ସଂକ୍ରମିତ ହୋଇଥିବା ଜଣା ପଡିଥିଲା |ଆଜି ବ୍ରହ୍ମ ମୁହୂର୍ତ୍ତରେ ରାୟପୁର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣା ପଡିଛି |ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା |ସେ ଜଣେ ଶାନ୍ତଶିଷ୍ଠ,ପରୋପକାରୀ,ସମାଜସେବୀ,ଧର୍ମ ପରାୟଣ ,ମିଷ୍ଠ ଭାଷୀ ବ୍ଯକ୍ତିଥିଲେ |ମାଲକାନଗିରିରେ ଆୟୋଜିତ ଯେ କୌଣସି ଉତ୍ସବରେ ତାଙ୍କର ପୂର୍ଣ୍ଣ ସହଯୋଗ ରହୁଥିଲା । ମାଲକାନଗିରିରେ ତାଙ୍କର ଧାନ ମିଲ,ପେଟ୍ରୋଲ ପମ୍ପ,ଲୁଗା ବ୍ଯବସାୟ,ହୋଟେଲ୍,ହାର୍ଡୱେର ଆଦି ବିଭିନ୍ନ ବ୍ଯବସାୟ ରହିଛି |ଦୁଃଖଦ ଖବର ଶୁଣି ତାଙ୍କ ପରିବାର ସଦସ୍ୟ ରାଇପୁର ଅଭିମୁଖେ ଯାଇଛନ୍ତି |ଜିଲ୍ଲାବାସୀ ଖବର ପାଇ ମର୍ମାହତ ହୋଇ ପଡିଛନ୍ତି |

ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *