Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଲାଞ୍ଚ ନେଇ ଧରାପଡିଲେ ରାଜସ୍ୱ ନିରୀକ୍ଷକ…

1 min read

ମାଲକାନଗିରି (ସଖପ୍ର): ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ଧରାପଡିଲେ ରାଜସ୍ୱ ନିରୀକ୍ଷକ । ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସିଂଧରିମାଳ ସର୍କଲର ରାଜସ୍ୱ ନିରକ୍ଷକ ସୀମାଞ୍ଚଳ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାରେ ନିର୍ମାଣଧିନ ଏୟାରପୋର୍ଟରେ ଜମି ହରା ବ୍ୟକ୍ତିଙ୍କୁ ସରକାରଙ୍କ ପକ୍ଷରୁ ୭.୪୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯିବାକୁ ଥିବାବେଳେ ଏହି ଟଙ୍କା ଦେବା ପାଇଁ ରାଜସ୍ୱ ନିରୀକ୍ଷକ ଜଣଙ୍କ ୨୫୦୦୦ ଟଙ୍କା ଲାଞ୍ଚ ନେଉଥିଲେ । ଏହି ସମୟରେ ଭିଜିଲାନ୍ସର ଏକ ଟିମ ଶ୍ରୀ ସାହୁଙ୍କୁ କାବୁ କରିବା ସହ ତଦନ୍ତ ଜାରି ରଖିଛି । ଗୌଡଗୁଡା ପଞ୍ଚାୟତରେ ଲାଞ୍ଚ ନେବା ବେଳେ ଏହି ଚଢାଉ ହୋଇଛି ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *