Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଦୃଷ୍ଟି ବାଧିତ ଦୁଇ ମେଧା ଛାତ୍ରଙ୍କୁ ଲାପଟପ ପ୍ରଦାନ କଲେ ଜିଲ୍ଲାପାଳ…

1 min read

ମାଲକାନଗିରି (ସଖପ୍ର): ଦୃଷ୍ଟି ବାଧିତ ଦୁଇ ମେଧା ଛାତ୍ରଙ୍କୁ ଲାପଟପ ଦେଇ ପ୍ରୋତ୍ସାହନ ଯୋଗାଇଲେ ଜିଲ୍ଲାପାଳ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶସ୍ତୀକରଣ ବିଭାଗ ପକ୍ଷରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ମାଧ୍ୟମରେ ମାଲକାନଗିରି ଜିଲ୍ଲାର ୨ଜଣ ଦୃଷ୍ଟିବାଧିତ ଛାତ୍ରଙ୍କୁ ୨ଟି ଲାପଟପ ପ୍ରଦାନ କରିଛନ୍ତି । ମାଲକାନଗିରି ସଦର ବ୍ଲକର ଛାତ୍ର ଦିବ୍ୟ ରଞ୍ଜନ ମହାନ୍ତି ଓ କାଲିମେଳା ବ୍ଲକର କୁନାଲ ଚନ୍ଦ୍ର ଦାସଙ୍କୁ ଏହି ଦୁଇଟି ଲାପଟପ ଦିଆଯାଇଥିବା ବେଳେ ସେମାନେ ବର୍ତ୍ତମାନ ନିଜର ଅଧ୍ୟୟନ ଜାରି ରଖିଛନ୍ତି । ତେବେ ସେମାନେ ଦୃଷ୍ଟି ବାଧିତ ହୋଇଥିବା ସତ୍ବେ ଅଦମ୍ୟ ପରିଶ୍ରମ ବଳରେ ନିଜର ପାଠପଢା ଜାରି ରଖିବା ସହ ଭଲ ପ୍ରଦର୍ଶନ କରୁଥିବାରୁ ଉଭୟଙ୍କୁ ଏହି ଲାପଟପ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ସେମାନଙ୍କୁ ଏହି ଲାପଟପ ପଢା କ୍ଷେତ୍ରରେ ଅନେକ ସହାୟତା ପ୍ରଦାନ କରିବ ବୋଲି ସେମାନେ ପ୍ରକାଶ କରିବ ସହ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *