Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରେସନ କାର୍ଡ ପାଇଁ ନିର୍ବାହୀ ଅଧିକାରୀ ୨ହଜାର ଟଙ୍କା ମାଗିଲେ

1 min read

ବାଲେଶ୍ବର,୭/୧୧- ସରକାର ରେସନ କାର୍ଡ ମାଧ୍ଯମରେ ଗରିବ ଲୋକଙ୍କୁ କଂଟ୍ରୋଲ ସାମଗ୍ରୀ ଯୋଗାଇ ଦେବାର ବ୍ଯବସ୍ଥା କଲେ । ସେଥିପାଇଁ ରେସନ କାର୍ଡ ପାଇଁ ଆବେଦନ କଲେ ହିତାଧିକାରୀ । ହେଲେ ଗରିବ ପରିବର୍ତ୍ତେ ଧନୀ ପାଇଲେ ରେସନ କାର୍ଡ । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକର ବିଭିନ୍ନ ଗ୍ରାମରେ । ଉକ୍ତ ବ୍ଲକର ପଳସା ପଞ୍ଚାୟତ ପଳସା ଗ୍ରାମର ଭାନୁମତୀ ପଣ୍ଡା ସ୍ବାମୀ ପ୍ରକାଶ ଚନ୍ଦ୍ର ଦାଶ ପଞ୍ଚାୟତରେ ରେସନ କାର୍ଡ ପାଇଁ ଆବେଦନ କରିଥିଲେ । ପଳସା ପଞ୍ଚାୟତ ଅତିରିକ୍ତ ନିର୍ବାହୀ ଅଧିକାରିଣୀ ( ତଦନ୍ତକାରୀ ଅଫିସର ) ତଦନ୍ତ ପାଇଁ ଗ୍ରାମକୁ ଯାଇ ୩ଟି ରୁମ୍ ଥିବା ଦର୍ଶାଇ ଆବେଦନକାରିଣୀଙ୍କ ନାମକୁ କାଟି ଦେଇଥିଲେ । ଶ୍ରୀମତୀ ପଣ୍ଡା କାହିଁକି ମୋ ନାମ କାଟିଦେଲେ ବୋଲି ତଦନ୍ତକାରିଣୀ ଅଫିସରଙ୍କୁ ପଚାରନ୍ତେ ତୁମର ୩ ବଖରା ଘର ଥିବାରୁ କାଟି ଦିଆଯାଇଛି, ଯଦି ୨୦୦୦(ଦୁଇ ହଜାର) ଟଙ୍କା ଦେବ ପୁଣି ଯୋଡିଦେବୁ । ଆହୁରି ମଧ୍ଯ କହିଲେ ଟଙ୍କା ଧରି ସରପଞ୍ଚଙ୍କ ଜରିଆରେ ମୋ ପାଖକୁ ଆସ ତୁମର ନାମ ଯୋଡିଯିବ । ଏଥିରେ କ୍ରୋଧାନ୍ବିତ ହୋଇ ଶ୍ରୀମତୀ ପଣ୍ଡା ଆରଟିଆଇରେ ପଳସା ଓ ନଛିପୁର ଗ୍ରାମର ରେସନ କାର୍ଡ ପାଉଥିବା ହିତାଧିକାରୀଙ୍କ ତାଲିକା ମାଗିଥିଲେ । ବାରମ୍ବାର ବାରମ୍ବାର ଦୌଡାଇ ଶେଷରେ ତଥ୍ଯ ଦେବାକୁ ବାଧ୍ଯ ହୋଇଥିଲା ବ୍ଲକ ପ୍ରଶାସନ । ଯେଉଁ ଥିରୁ ଜଣାପଡିଥିଲା ଜୟପ୍ରଦା ରାଉଳ ସ୍ବାମୀ ଅଶୋକ,ଲଳିତାମଣି ବିଶ୍ବାଳ,ଉମାମଣୀ ରାଉତ ସ୍ବାମୀ ଅନନ୍ତ,ଅହଲ୍ଯା ରାଉତ,ମାଳତୀ ରାଉତ,କୌଶଲ୍ୟା ଭଞ୍ଜ,ସୀତାରାଣୀ ବେଜ,ସଞ୍ଜୁକ୍ତା ପାତ୍ର, ସତ୍ଯଭାମା ପାତ୍ର,ଜୟନ୍ତୀ ପଣ୍ଡା( ୨ମହଲା କୋଠା),ଅନିଲ ଦାସ,ମମତାରାଣୀ ଜେନା, ମାଳତୀ ଦାସ,ସୀମାରାଣୀ ବେଜ,ସଞ୍ଜୁକ୍ତା ପଣ୍ଡା, ମଞ୍ଜୁଲତା ପଣ୍ଡା,ଭାରତୀ ପଣ୍ଡା,ବିନୋଦିନୀ ମହାନ୍ତି, ରୀନାରାଣୀ ମହାନ୍ତି, ନମିତା ବେହେରା ସ୍ବାମୀ ଭଗବାନ ବେହେରା,ଶାନ୍ତିଲତା ଦାଶ ସ୍ବାମୀ ଅନନ୍ତ ଦାଶ ଓ ବାସନ୍ତୀଲତା ବେହେରା ସ୍ବାମୀ ଗିରିଶ ବେହେରାଙ୍କ ମଧ୍ଯରୁ କିଛି ବ୍ଯକ୍ତିଙ୍କର ୩ବଖରାରୁ ଅଧିକ ଘର ଓ ଚାକିରି ଥାଇ ମଧ୍ଯ ରେସନ କାର୍ଡପାଇଛନ୍ତି ବୋଲି ହସ୍ତଗତ ତଥ୍ଯରୁ ଜଣାପଡିଲା । ଏଠାରେ ପ୍ରଶ୍ନ ଉଠେ ଯେଉଁ ତଦନ୍ତକାରିଣୀ ଅଫିସର ୩ବଖରା ଘର ଦର୍ଶାଇ ରେସନ କାର୍ଡ ସଂଯୋଗକୁ କାଟିଦେଲେ ସେହି ସ୍ଥାନରେ କେହି ଜଣେ ତଦନ୍ତକାରୀ ଅଫିସର କିପରି ୩ରୁ ଅଧିକ ବଖରା ଘର ଓ ଚାକିରି ଥିବା ହିତାଧିକାରୀଙ୍କୁ ରେସନ କାର୍ଡ ଦେଲେ ? ବିଡ଼ିଓ, ତଦନ୍ତକାରୀ ଅଫିସର, ଏମ ଆଇ ଓ ସରପଞ୍ଚ କିଏ କେତେ ଟଙ୍କା ଲାଞ୍ଚ ନେଇ ସେମାନଙ୍କୁ ରେସନ କାର୍ଡ ଦେଇଛନ୍ତି ? କାହା ପ୍ରେମରେ ପଡି ଦେଇଛନ୍ତି ? ଏହା କ’ଣ ଓଡିଶା ସରକାରଙ୍କ ସ୍ବଚ୍ଛ ଶାସନ ବୋଲି ଶ୍ରୀମତୀ ପଣ୍ଡା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିରୁ ଯାହା ଜଣାପଡେ ସ୍ବଚ୍ଛ ଶାସନର ନାରା ଦେଉଥିବା ସରକାର ଦୁର୍ନୀତିରେ ବୁଡିରହିଛି । ଖଇରା ବ୍ଲକର ପଳସା ପଞ୍ଚାୟତ ଦୁର୍ନୀତିର ସୀମା ଟପିଯାଇଛି । ଏବିଷୟରେ ଆବେଦନକାରିଣୀ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ଯ କୌଣସି ସୁଫଳ ପାଇ ନଥିବାର ପ୍ରକାଶ କରିଛନ୍ତି । ଏବାବଦରେ ଜିଲ୍ଲା ଯୋଗାଣ ଅଫିସରଙ୍କୁ ଗଣମାଧ୍ୟମ ପକ୍ଷରୁ
ଯୋଗାଯୋଗ କରିବାରୁ ତଦନ୍ତ କରାଯିବ ବୋଲି କହିଥିବା ବେଳେ ସରପଞ୍ଚ(ପଳସା)ଙ୍କୁ ଯୋଗାଯୋଗ କରିବାରୁ ସରପଞ୍ଚଙ୍କ ସ୍ବାମୀ ବିଶେଷ କିଛି ଉତ୍ତର ନଦେଇ ଖଇରା ବ୍ଲକର ଏକ ପ୍ରିଣ୍ଟ୍ ମିଡ଼ିଆର ସାମ୍ବାଦିକଙ୍କୁ ଫୋନ ଧରାଇ ଦେଇଥିଲେ । ଏଥିରୁ ଯାହା ଜଣାପଡେ, ଦୁର୍ନୀତିକୁ ଚାପିବା ପାଇଁ ସରପଞ୍ଚଙ୍କ ସ୍ବାମୀ ସାମ୍ବାଦିକଙ୍କୁ କିଣି ରଖି ନାହାନ୍ତି ତ ? ବ୍ଲକରେ କୌଣସି ମହିଳା ସରପଞ୍ଚ କେତେବେଳେ ବି ଗଣମାଧ୍ୟମଙ୍କ ଫୋନ ଉଠାନ୍ତି ନାହିଁ । ପଳସା ପଞ୍ଚାୟତର ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରିବା ପାଇଁ ଆବେଦନ କାରିଣୀ ଦାବି କରିଛନ୍ତି । ତୁରନ୍ତ ଉଚ୍ଚପଦପ୍ଥ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଆବେଦନକାରିଣୀ ନିବେଦନ ଜଣାଇଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *