Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଜ଼ିଲ୍ଲା ଦିବ୍ୟାଙ୍ଗ ସଙ୍ଘର ବଣ ଭୋଜି ଅନୁଷ୍ଠିତ

1 min read

ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) 12/01/2020 ରବିବାର ଆଜି ରାୟଗଡ଼ା ଭିନ୍ନକ୍ଷମ ମହା ସଂଘ ରାୟଗଡ଼ା ଜିଲ୍ଲା ର ପ୍ରତ୍ୟେକ ବ୍ଲକ୍ ରୁ ପ୍ରାୟ 85 ଜଣ ଦିବ୍ୟାଙ୍ଗ ଭାଇଭଉଣୀ ମାନଙ୍କୁ ନେଇ ସ୍ଥାନୀୟ ହାଲୁଆ ଆମ୍ବ ତୋଟା ଠାରେ ଏକ ସମୂହ ସମାବେଶ ସହ ଏକ ବଣଭୋଜି ର ଆୟାଯାନ କରିଥିଲେ ଉକ୍ତ ସମାବେଶ କୁ ପରିଚାଳନା କରାଇବା ନିମନ୍ତେ ରାୟଗଡ଼ା ଭିନ୍ନକ୍ଷମ ମହା ସଂଘ ର ସଭାପତି ଶ୍ରୀ ରାକେଶ ଚନ୍ଦ୍ର ହୀମିରିକା ଓ ସମ୍ପାଦକ ଶ୍ରୀ ଅମରେନ୍ଦ୍ର ନାଥ ,ଶିଶିର ରାଉଳ , ପ୍ରସନ୍ନ କୁମାର ନାୟକ, ନୀଳମାଧବ ବେହେରା ,ହେମାନନ୍ଦ ପରିଡ଼ା ,ରାମ ଚନ୍ଦ୍ର ପାତ୍ର ,ଓ ଭିକାରୀ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।

ଉକ୍ତ ସମାବେଶ ରେ ନିମନ୍ତ୍ରିତ ହୋଇ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଆଦିବାସୀ କୃଷି ସ୍ବାସ୍ଥ୍ୟ ଶିକ୍ଷା ସମିତି ଜିଲ୍ଲା ସମ୍ପାଦକ ଶ୍ରୀ କିଶୋର ଚନ୍ଦ୍ର ପାତ୍ର ଓ ଚୈତନ୍ୟ ପ୍ରଧାନ ମହୋଦୟ ଯୋଗ ଦେଇଥିବା ସମେତ ନିମନ୍ତ୍ରିତ ହୋଇ ଅତିଥି ଭାବେ ରାୟଗଡ଼ା ସ୍ବେଚ୍ଛାସେବୀ ସଙ୍ଗଠନ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଉକ୍ତ ସମାବେଶରେ ଦିବ୍ୟାଙ୍ଗ ମାନଙ୍କ ର ସୁବିଧା ଅସୁବିଧା ବିଷୟରେ ନିମନ୍ତ୍ରିତ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କ ସହ ଆଲୋଚନା କରାଯାଇଥିଲା ପରବର୍ତ୍ତୀ ସମୟରେ ସମ୍ମାନିତ ମୁଖ୍ୟ ଅତିଥି ଓ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା ଅତି ଖୁସି ର ବିଷୟ ଏହି କି ଜେ ଏହିଦିବ୍ୟାଙ୍ଗ ଭାଇ ଓ ଭଉଣୀ ମାନେ ସେମାନଙ୍କ ବଣ ଭୂଜି କାର୍ଯ୍ୟକ୍ରମ ରେ ନିମଂତ୍ରିତ ସାମ୍ବାଦିକ ଙ୍କୁ ଉପହାର ଦେଇ ସମ୍ବର୍ଦ୍ଧନା କରିଥିଲେ ଉକ୍ତ ସମାବେଶ କୁ ଶ୍ରୀ ଶିଶିର ରାଉଳ ଆଦ୍ୟ ରୁ ପରିଚାଳନା କରାଇ ଅନ୍ତିମ ରେ ସମ୍ମାନିତ ମୁଖ୍ୟ ଅତିଥି ଓ ଅତିଥି ସମେତ ଉପସ୍ଥିତ ସଦସ୍ୟ ଓ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇ ସମାବେଶ ସାଙ୍ଗ କରିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *