Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମନ୍ତ୍ରୀ, ସାଂସଦ, ବିଧାୟକଙ୍କ ଦିନିକିଆ ରାମନାଗୁଡା ବ୍ଲକ ଗ୍ରସ୍ତ ଏବଂ ବିଭିନ୍ନ ପ୍ରକଳ୍ପ ଉଦଘାଟିତ

1 min read

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ରାମନାଗୁଡାରେ ଆଜି ଅନୁସୁଚିତ ଜନଜାତି ତଥା ପଛୁଆବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଗ୍ରସ୍ତକରିଥିଲେ। ସେ ପ୍ରଥମେ ଗୋଗୁପାଡୁ ପରେ ଗୁସେଇଁଗୁଲୁଗୁଣ୍ଡା ଓ କୁଜେଦ୍ରି ଯାଇ ରାଜସ୍ବ ନିରକ୍ଷକଙ୍କ ନୁତନକୋଠା ଉଦ୍ଘାଟନ କରିଥିଲେ। ପରେ ଇସୁ ଆସି ଫାରମ୍ ହାଉସ୍ ଯାଇ ବୁଲି ଦେଖିଥିଲେ।

ସେହିପରି ସ୍ବାଧୀନତା ସଂଗ୍ରାମୀ ୫୮ତମ ବାଇରୁ ଗମାଙ୍ଗଙ୍କ ଓ ୧୦୪ତମ ବିଶ୍ବନାଥ ପଟ୍ଟନାୟକ ଓ ୨୦ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ଉପଦେଷ୍ଟା ସୁଧିର ଦାସ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ ଜିଲ୍ଲା ସାଧାରଣ ସମ୍ପାଦକ ଗଗନ ଆଚାର୍ଯ୍ୟ, ଯୁବ ଛାତ୍ର ନେତା ଅମିତ ମହାରଣା,ଏକ୍ସ ଜିଲ୍ଲା ପରିଷଦ ସଭ୍ୟ ଦାମ କୈବତ୍ତ, ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଗି, ରଞ୍ଜନ ନାୟକ ବେହେରା, କମଳ ମୁଟିକା, ପ୍ରମୁଖ ଯୋଗଦେଇ ନନ୍ଦଙ୍କ ଫାର୍ମ ହାଉସ ବୁଲିଦେଖି ଖୁସି ଅନୁଭବ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ନୂତନ ଯୋଜନା ମାନ କରିଛନ୍ତି ତାହାର ସୁଫଳ ରୂପାୟନ ପାଇଁ ସରକାରୀ କର୍ମଚାରୀ ମାନଂକୁ ପରାମର୍ଶ ଦେଇଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *