Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟରେ ପୁଣି ଆକ୍ଟିଭ ଇନ୍ କମ୍ ଟ୍ୟାକ୍ସ

1 min read

ଭୁବନେଶ୍ୱର (ସଖପ୍ର) : ରାଜ୍ୟରେ ପୁଣି ଆକ୍ଟିଭ INCOME TAX  । ରାଜ୍ୟର ପ୍ରତିଷ୍ଠିତ ପ୍ରତିଷ୍ଠାନ DN Group ଉପରେ ପଡିଛି ଅଚାନକ IT ରେଡ଼ । DN ଗ୍ରୁପର ଚେୟାରମ୍ୟାନ ତଥା ରାଜ୍ୟର ପ୍ରତିଷ୍ଠିତ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାୟକଙ୍କ ଘର ସମେତ ଅଫିସ ଓ ବିଭିନ୍ନ ସମ୍ପର୍କୀୟଙ୍କ ଘରେ ଉପରେ ଆଜି ଭୋରୁ ରେଡ଼ କରିଛି ଆୟକର ବିଭାଗ ।  ରାଜ୍ୟ ତଥା ରାଜ୍ୟ ବାହାରେ 27ରୁ ଉର୍ଦ୍ଧ ସ୍ଥାନରେ ଏକ କାଳୀନ ଆୟକର ବିଭାଗର ଚଢାଉ ହେଉଥିବା  ସୂଚନା ମିଳିଛି । କେବଳ ରାଜଧାନୀରେ 7ଟି ସ୍ଥାନରେ ହୋଇଛି ଚଢ଼ାଉ | ଏଥିସହ DN ଗ୍ରୁପର ଚଦ୍ର ଶେଖର ନାୟକ ନାମକ ଜଣେ  କର୍ମଚାରୀଙ୍କ ଘରୁ 30 କୋଟି ଟଙ୍କା ଜବତ କରିଛି ଆଇଟି । ନୟାପଲ୍ଲୀ ସ୍ଥିତ DN Groupର ମୁଖ୍ୟ କାର୍ଯ୍ୟାଳୟ, ବାସଭବନ, ବ୍ୟବସାୟିକ ପ୍ରତିଷ୍ଠାନର ନିର୍ଦ୍ଦେଶକ ରତ୍ନ ବାଳା ସ୍ୱାଇଁ ଙ୍କ ସମେତ କଂପାନୀର ବରିଷ୍ଠ ଅଧିକାରୀ ଓ ନିକଟ ସର୍ମ୍ପକୀୟଙ୍କ ଘରେ ବି ରେଡ୍ କରାଯାଇଥିବା ସୂଚନା ମିଳିଛି । DN ଗ୍ରୁପ ଉପରେ ଏହି ବଡ଼ ଧରଣର ରେଡ଼ ବେଳେ ଆୟକର ବିଭାଗର ଏକାଧିକ ସାମିଲ  ଅଛନ୍ତି।ଟିକସ ଫାଙ୍କିବା ଓ କଳା ଧନ ଏକଜୁଟ କରି ସ୍ଥାନରେ invest କରିବା  ଅଭିଯୋଗରେ ଏହି ରେଡ୍‌ କରାଯାଇଛି ବୋଲି ପ୍ରାଥମିକ ସ୍ତରରେ ସୂଚନା ମିଳିଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *