Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ …

1 min read

ମାଲକାନଗିରି (ସଖପ୍ର): ଓଡିଶା ରାଜ୍ୟ ବିଜୁ ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଶ୍ରୀ ପ୍ରଣବ ପ୍ରକାଶ ଦାସ (ବବି ଭାଇ) ଙ୍କ ନିର୍ଦ୍ଦେଶ ରେ ଆଜି ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଏକ ଜିଲ୍ଲା ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ନବରଙ୍ଗପୁର ସାଂସଦ ଶ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ମାଲକାନଗିରି ବିଜୁ ଜନତା ଦଳର ଦଳୀୟ କାର୍ଯ୍ୟକାର୍ତ୍ତାଙ୍କୁ ନେଇ ବିଜେଡି ସଂଗଠନ ଉପରେ ବିଶେଷ ସମ୍ମିକ୍ଷା କରିଛନ୍ତି । ଆଜିର ବୈଠକ ରେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୁର୍ନ ଚନ୍ଦ୍ର ବାକା ସଭାପତିତ୍ୱ କରିଥିବା ବେଳେ ଜିଲ୍ଲା ଆଇନଜୀବି ସାମ୍ମୁଖ୍ୟ ସଭାପତି ତଥା ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ସଭା ପରିଚାଳନା କରିଛନ୍ତି ।ଆଜିର ଏହି ଅନୁଷ୍ଠିତ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସାଙ୍ଗଠନିକ ବୈଠକରେ ସମ୍ମାନିତ ଅତିଥି ଭାବରେ ମାଲକାନଗିରି ପୁର୍ବତ୍ତନ ବିଧାୟକ ମାନସ ମାଡକାମୀ ,ସ୍ୱତନ୍ତ୍ର ଉନ୍ନୟନ ବିକାଶ୍ ପରିଷଦ ଅଧ୍ୟକ୍ଷ ଆଡ଼ମା ରାବା ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାକର ପ୍ରଧାନ ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ,ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ନାୟକ ଯୋଗ ଦେଇଥିଲେ । ଆଜିର ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକରେ ଜିଲ୍ଲା ସହ ପର୍ଯ୍ୟବେକ୍ଷକ ଶ୍ରୀ ସାମୁଏଲ୍ ନାୟକ ମାଲକାନଗିରି ଜିଲ୍ଲା ଦୁଇଟି ନିର୍ବାଚନ ମଣ୍ଡଳୀ ସାତଟି ବ୍ଲକ ର ସମସ୍ତ ପଞ୍ଚାୟତ ର ସମସ୍ତ ୱାର୍ଡ ସ୍ତରରେ ବିଜୁ ଜନତା ଦଳର ୱାର୍ଡ କମ୍ମିଟି ଓ ବୁଥ୍ କମ୍ମିଟି ଯଥା ଶୀଘ୍ର ଗଠନ କରିବା ପାଇଁ ମାନ୍ୟବର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବବି ଭାଇଙ୍କ ନିର୍ଦ୍ଦେଶ ଦେଇଥିବା ବେଳେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ଆଗାମୀ କାର୍ଯ୍ୟକ୍ରମ ପାଇଁ ଉପସ୍ଥାପନ କରିଥିଲେ । ଆଜିର ଏହି ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ପର୍ଯ୍ୟବେକ୍ଷକ ମୁନି ସାମନ୍ତରାୟ , ପର୍ଯ୍ୟବେକ୍ଷକ ପ୍ରସାଦ ବିଡିକା ,ପର୍ଯ୍ୟବେକ୍ଷକ ବିଜିତ ସିଂ ଙ୍କ ସହ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳର ସାତଟି ବ୍ଲକ ର ସମସ୍ତ ଅଧ୍ୟକ୍ଷ ,ଅଧ୍ୟକ୍ଷା ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ,ସମସ୍ତ ସାଂସଦ ପ୍ରତିନିଧି ,ମାଲକାନଗିରି ବିଜୁ ଜନତା ଦଳର ସମସ୍ତ ଜୋନ୍ ସଂଯୋଜକ ,ସମସ୍ତ ବ୍ଲକ ସଭାପତି ,ବିଜୁ ଯୁବ ଛାତ୍ର ଓ ମହିଳା ଜନତା ଦଳର ସମସ୍ତ ସକ୍ରିୟ କାର୍ଯ୍ୟ କର୍ତ୍ତା ଏବଂ ସମସ୍ତ ବରିଷ୍ଠ ନେତା ,ସମସ୍ତ ବିଜେଡି ଆଇନଜୀବି ,ବିଜେଡି ନେତୃମଣ୍ଡଳୀ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *