Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରହସ୍ୟ ଘେରରେ ଏସ ଆଇ ବିଶ୍ବଜିତ ବେହେରାଙ୍କ ନିଲମ୍ବନ ଘଟଣା

1 min read

କେନ୍ଦୁଝରଜିଲ୍ଲା/ଆନନ୍ଦପୁର :ତା ୦୭,୦୪,୨୦୨୦/ ରାମଚନ୍ଦ୍ରପୁର ଅଞ୍ଚଳରେ କେନ୍ଦୁଝର ଜିଲ୍ଲାର ସବୁଠୁ ମାତ୍ରାଧିକ ଅପରାଧ ଦୁର୍ନୀତି ଗୁଣ୍ଡାରାଜ ମୂଳକ ଖବର ସବୁବେଳେ ଦେଖିବାକୁ ଶୁଣିବାକୁ ମିଳେ। କିନ୍ତୁ ଚାରି ମାସ ଧରି ସେ ଅଞ୍ଚଳରେ ଶାନ୍ତିର ବାତାବରଣ ସୃଷ୍ଟି କରିଥିବା ବିଶ୍ୱଜିତ୍ ବେହେରା ଏବେ ସସପେଣ୍ଡ ହୋଇଛନ୍ତି । ପ୍ରଥମେ ଏସ୍ ଆଇ ଭାବେ ରାମଚନ୍ଦ୍ରପୁର ଥାନାରେ କାର୍ଯ୍ୟରତ ଥାଇ ସେ ଅଞ୍ଚଳରେ ଥିବା ବେଆଇନ୍ ମୋରମ୍ ଖନନ, ଚୋରା କାଠ ବ୍ୟବସାୟ, ଚୋରି ଡକାୟତି ଏବଂ ଚୋରାମଦ ବ୍ୟବସାୟକୁ ବହୁ ସଂଖ୍ୟାରେ ବନ୍ଦ କରିବାକୁ ସଫଳ ହେଲେ। ସବୁଆଡ଼େ ତାଙ୍କର ଚର୍ଚା ହେବାକୁ ଲଗିଲା। ଲୋକମାନେ ତାଙ୍କୁ ତାଙ୍କ ଚେହେରା ହିସାବରେ ଜଟିଆ ସାର୍ ନାମରେ ପରିଚିତ କଲେ ଏବଂ ପ୍ରଶାସନ ତାଙ୍କ କାର୍ଯ୍ୟଦକ୍ଷତା ଦେଖି ତାଙ୍କୁ ଆନନ୍ଦପୁର ଉପଖଣ୍ଡରେ ସ୍ପେଶାଲ ସ୍କ୍ବାର୍ଡର ଦାୟିତ୍ଵ ଦେଲେ। ସେ ତାଙ୍କ ଟିମ୍କୁ ନେଇ ଉପଖଣ୍ଡର ସମସ୍ତ ଏରିଆରେ ରେଡ୍ କରିବାକୁ ଲାଗିଲେ। ଚୋରା ଚାଲାଣ ହେଉଥିବା କାଠ, ମଦ, ବାଲି, ଏମିତିବି ରାତିସାରା ପେଟ୍ରୋଲିଂ ଫଳରେ ଚୋର ଡକାୟତ ଗୁଣ୍ଡା ମାନେ ବି ସବୁ ଚୁପ୍ ହୋଇଯାଇଥିଲେ। ଜିଲ୍ଲାରେ ଜଣେ ଦକ୍ଷ ଅଫିସର ହିସାବରେ ସମସ୍ତ ଲୋକଙ୍କ ପାଖରେ ପରିଚୟ ସୃଷ୍ଟିକରିଥିଲେ। ସେ ଯୋଉ ଅଞ୍ଚଳକୁ ଯାଉଥିଲେ ଲୋକମାନେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ୱାଗତ୍ କରୁଥିଲେ। ଏହି ଉପଖଣ୍ଡରେ ବିଶ୍ୱଜିତ ଦ୍ବାରା ଆଇନକୁ କଡାକଡି ପାଳନ କରିବା ଦେଖି ଅସାମାଜିକ ବ୍ୟକ୍ତି ବିଶେଷ ସବୁ ଅସାମାଜିକ କାର୍ଯ୍ୟ ରୁ ନିବୃତ୍ତ ହେବାକୁ ଲାଗୁଥିଲ। କିନ୍ତୁ ଏକ ଯୋଜନାବଦ୍ଧ ଭାଇରାଲ୍ ଭିଡିଓକୁ ନେଇ କେନ୍ଦୁଝର ଏସପି ଶ୍ରୀ ବେହେରାଙ୍କୁ ସସପେଣ୍ଡ କରିଛନ୍ତି। ଏବେ ବିଶ୍ଵଜିତ ସସପେଣ୍ଡ ସମୟରେ ରାମଚନ୍ଦ୍ରପୁର ଅଞ୍ଚଳରେ ପୂର୍ବ ପରି ଆତଙ୍କରାଜ ଦେଖାଦେଇଛି । ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ଓରଫ ଟୁଟୁ ତଥା ଘସିପୁରା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ଗତକାଲି ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନାକୁ ଏତଲା ଦେବାକୁ ଯାଇ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ଥାନା ଭିତରେ ମୋବାଇଲରେ ଭିଡିଓ ରେକର୍ଡିଂ କରିବାକୁ ଜଣେ ପୁଲିସ ଏସ୍‌ଆଇ ବାରଣ କରିବାରୁ ବିବାଦର ସୂତ୍ରପାତ ହୋଇଥିଲା। ଝଗଡ଼ା ବଢ଼ିବାରୁ ଦେବାଶିଷ ସେଠାରୁ ଖସିଯାଇଥିଲେ। ଗଲାବେଳେ ମୋବାଇଲ ଫୋନ ଛାଡ଼ି ଯାଇଥିଲେ। ଏ ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ତାଙ୍କ ମୋବାଇଲ୍‌ ଫୋନ୍‌ ଜବତ କରିଛି। କରୋନା ମୁକାବିଲାକୁ ନେଇ ଲକ୍‌ଡାଉନ୍ ଚାଲିଥିବାବେଳେ ବିଧାୟକଙ୍କ ପୁଅଙ୍କ ମାମଲାକୁ ନେଇ ପୁଣି ରାଜନୀତି ସରଗରମ ହୋଇଛି। ଯେଉଁ ଭାଇରାଲ ଭିଡିଓକୁ କେନ୍ଦ୍ରକରି ରାମଚନ୍ଦ୍ରପୁର ଥାନାର ଚର୍ଚ୍ଚିତ ଏସ୍‌ଆଇ ବିଶ୍ବଜିତ ବେହେରାଙ୍କୁ କେନ୍ଦୁଝର ଏସ୍‌ପି ମିତ୍ରଭାନୁ ମହାପାତ୍ର ନିଲମ୍ବନ କରିଛନ୍ତି। ଏହାକୁ ସ୍ଥାନୀୟ ଲୋକମାନେ ତୀବ୍ର ବିରୋଧ କରୁଛନ୍ତି। ବିଶ୍ବଜିତଙ୍କୁ ପୁନଃଅବସ୍ଥାପିତ କରିବାକୁ ଗାଁ ଗାଁରେ ଲୋକମାନେ ମେଳି ବାନ୍ଧୁଛନ୍ତି। ଏଭଳି ପରିସ୍ଥତିରେ ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୫ଟାବେଳେ ବିଧାୟକଙ୍କ ପୁଅ ଦେବାଶିଷ ଏକ କଳାରଙ୍ଗର ବ୍ରେଜା କାର୍‌ରେ ଭାଇରାଲ ଭିଡିଓରେ ଥିବା ମଦନପୁର ଗ୍ରାମର ବାସୁଦେବ ପରିଡ଼ାଙ୍କୁ ନେଇ ଏସ୍‌ଆଇ ବିଶ୍ବଜିତଙ୍କ ବିରୋଧରେ ଏତଲା ଦେବାକୁ ରାମଚନ୍ଦ୍ରପୁର ଥାନାକୁ ଯାଇଥିଲେ। ପୁଲିସ୍‌ ପକ୍ଷରୁ ଦେବାଶିଷଙ୍କ ବିରୋଧରେ କେସ ନମ୍ବର ୪୩/୨୦ରେ ଥାନାରେ ଏକ ମାମଲା ରୁଜୁ କରି ତାଙ୍କର ଗିରଫଦାରୀ ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ରାତି ୭ଟାରେ ୮ରୁ ଅଧିକ ଗାଡ଼ିରେ ଫୋର୍ସ ସହିତ ଆନନ୍ଦପୁର ଏସ୍‌ଡିପିଓ ଦିଲୀପ ବାଗ୍, ଆଇଆଇସି ରାଜେନ୍ଦ୍ର କୁମାର ସ୍ବାଇଁ ବିଧାୟକଙ୍କ ଗଡବାନ୍ଦବୋଡା ବାସଭବନକୁ ଘେରାଉ କରି ଖାନତଲାସ କରିଥିଲେ। ଦେବାଶିଷଙ୍କୁ ସେଠାରେ ପାଇନଥିଲେ। ବହୁସମୟ ଧରି ନିକଟସ୍ଥ କାଜୁଜଙ୍ଗଲରେ ମଧ୍ୟ ଖୋଜାଖୋଜି କରିଥିଲା। ବିଫଳ ହେବାପରେ ଦେବାଶିଷ ନେଇଥିବା ଓଡି୦୯ଏମ୍–୨୫୫୯ନମ୍ବର କଳାରଙ୍ଗର ବ୍ରେଜା କାର୍‌କୁ ପୁଲିସ ଜବତ କରି ଥାନାକୁ ଆଣିଥିଲା। ଏପଟେ ବାସୁଦେବଙ୍କୁ କିଛି ବ୍ୟକ୍ତି ପ୍ରଲୋଭିତ କରି କେଉଁଆଡେ ନେଇଥିବା ଅଭିଯୋଗ ହୋଇଛି। ଅଦ୍ୟାବଧି ସେ ଘରକୁ ଫେରିନଥିବାରୁ ପରିବାର ଲୋକ ଚିନ୍ତା ପ୍ରକଟ କରିଛନ୍ତି। ଦେବାଶିଷଙ୍କୁ ଧରିବାକୁ ଚଢ଼ଉ ଜାରି ରହିଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।ସମସ୍ତ ଘଟଣା ସାଧାରଣରେ ପ୍ରସାରିତ ହେବାପରେ ଏସ ଆଇ ବିଶ୍ୱଜିତ ବେହେରାଙ୍କ ନିଲମ୍ବନ ଯୋଜନାବଦ୍ଧ ଭାବେ ହୋଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *