Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଅସହାୟଙ୍କୁ ଖାଦ୍ୟ ଯୋଗାଉଛି ମିତ୍ର ସ୍ବେଛାସେବୀ ସଂସ୍ଥା

1 min read

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ସାରା ଭାରତରେ ତାଲା ବନ୍ଦ ଚାଲିଥିବା ବେଳେ ରାୟଗଡାରେ ଏହାର ପ୍ରଭାବ ଖଟିଖିଆ ଦିନ ମଜୁରିଆ ଭିକାରିଙ୍କ ଉପରେ ବହୁ ମାତ୍ରାରେ ପଡିଛି । ସେମାନଙ୍କ ପାଖରେ ଯାହାଗଛିତ ଖାଦ୍ୟ ଥିଲା ତାହା ସମ୍ପୂର୍ଣ୍ଣ ଭାବେ ସରିଲାଣି। ତଥାପି ସେମାନେ ହୃଦୟର ସହିତ ଏହି ଲକ ଡାଉନକୁ ସ୍ୱାଗତ କରିଛନ୍ତି ଓ କହିଛନ୍ତି ଜୀବନ ଆଗ ଜୀବନ ଜୀବିକା ପଛେ, ଜୀବନ ଥିଲେ ନିଶ୍ଚୟ ଜୀବିକା ମିଳିବ। ଏଥିପାଇଁ ଆମର ଚିନ୍ତା ନାହିଁ କିନ୍ତୁ କରୋନା ମୁକ୍ତ ସମାଜ ଗଠନ ପାଇଁ ଆମେ ସଂକଳ୍ପବଦ୍ଧ। ଏହି ମାନଙ୍କ ଦୁଃଖ ଦୁର୍ଦଶା ଦେଖି ଦିଲ୍ଲୀରେ ଏକ ସ୍ବେଛାସେବୀ ସଂସ୍ଥା ମିତ୍ର ଫାଉଣ୍ଡେସନ ଆଗେଇଆସି ସହରରେ ରେଳଓ୍ବେ କଲୋନି, ବସଷ୍ଟାଣ୍ଡ ଝୁପୁଡିପଟି ଓ ବିଭିନ୍ନ ଅଂଚଳ ବୁଲି ରନ୍ଧା ଖାଦ୍ୟ ଦୁଇ ବେଳା ଓ ସକାଳ ସମୟରେ ଜଳଖିଆ ବଣ୍ଟନ କରୁଛନ୍ତି। ଦୀର୍ଘ 11ଦିନ ଧରି ଏହି କାର୍ଯ୍ୟ ଜାରିରଖିଛନ୍ତି ଶ୍ରୀନିବାସ, ଟିଂକୁ କୁମାର, ପ୍ରଣବ କୁମାର ମହାନନ୍ଦ, ସୁବାଷ ସିଂ ମାଝୀ ଙ୍କ ସହିତ ଅନ୍ୟ କର୍ମକର୍ତ୍ତା ମାନେ ଏହି କାର୍ଯ୍ୟ ଜାରିରଖିଛନ୍ତି । ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ପେକେଟ ବନାଇ ଭୋକିଲାଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି। ଏହା ତାଲା ବନ୍ଦ ଉଠିଲା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସଂସ୍ଥାର ମୁଖ୍ୟ ଶ୍ରୀନିବାସ କହିଛନ୍ତି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *