Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯୁପିଟର ଇଣ୍ଟେରନେସନାଲ କଲେଜର ମକର ମହୋତ୍ସବର ଉଦଯାପନୀ

1 min read

ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ସହରର ଖ୍ୟାତି ନାମା ବିଜ୍ଞାନ ଓ ବୈଷିକ ଶିକ୍ଷାନୁଷ୍ଠାନ ଯୁପିଟର କଲେଜ ରେ ଗତ 10.01ରୁ ଆରମ୍ଭ ହୋଇ 12.01ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ମକର ମୋହତ୍ସବ ର ଯବନିକା ଘଟିଛି ।ଏହି ମହୋତ୍ସବରେ ଫେଶନ ଶୋ ରଙ୍ଗୋଲି ପ୍ରତିଯୋଗିତା କାଇଟ ପ୍ରତିଯୋଗିତା ନୃତ୍ୟ ପ୍ରତିଯୋଗିତା ସୁନ୍ଦର ଶିଶୁ ପ୍ରତିଯୋଗିତା ଓ ଶେଷ ଦିନରେ ଭାରତୀୟ ଖାଦ୍ୟ ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି ଏଥିରରେ ବିଚାରକ ମଣ୍ଡଳୀ ଭାବେ ନିବେଦିତା ପାତ୍ର ରୁବିରାଣୀ କୁଣ୍ଡୁ ସ୍ୱପ୍ନା ରଥ ପ୍ରଣତି ପାତ୍ର ଓ ଏ ଆଶାଲତା ଯୋଗ ଦେଇ ଏହି ପ୍ରତିଯୋଗିତା ର ବିଚାର କରିଥିଲେ ତାଙ୍କରି ବିଚାର କି ଆଧାର କରି କୃତିତ୍ବ ହାସଲ କରିଥିବା ଭାଗିଦାର ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଉଦଯାପନୀ ଉତ୍ସବ ରେ ରାୟଗଡା ଜ଼ିଲ୍ଲା ପ୍ରକଳ୍ପ ପ୍ରସାଶକ ଶ୍ରୀ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି, ନିମନ୍ତ୍ରିତ ଅତିଥି ରୂପେ ଉତ୍କଳ ଆଲୁମିନା ର ବରିଷ୍ଠ ଅଧିକାରିଣୀ ଡାକ୍ତର ଲୋପାମୁଦ୍ରା ପ୍ରିୟଦର୍ଶିନୀ ଓ ମୁଖ୍ୟ ବକ୍ତା ଭାବେ ସ୍ଥାୟୀ ଲୋକଙ୍କୁ ଅଦାଲତ ସଦସ୍ୟ ତଥା ରାୟଗଡା ମହିଳା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟାପକ ଡାକ୍ତର ଦୁଷ୍ମନ୍ତ ମହାନ୍ତି ଯୁପିଟର ର ନିର୍ଦେଶକ ଗୋବିନ୍ଦ ରଥ ଯୋଗ ଦେଇ ଥିଲେ ଏହି କାର୍ଯ୍ୟକ୍ରମ କୁ କଲେଜ ଅଧକ୍ଷ ଅଶୋକ ମିଶ୍ର ପରିଚାଳନା କରିଥିଲେ ଅତିଥି ଗଣ ନିଜ ନିଜ ବକ୍ତବ୍ୟ ରେ ଏହି ଅନୁଷ୍ଠାନ ରେ ପାଠ ପଢ଼ା ସହିତ କିପରି ଭାରତୀୟ ସଂସ୍କୃତି ର ବିଭିନ୍ନ ଉତ୍ସବ ପାଳନ କରୁଛି ତାହା ଏକ ଉଦାହରଣ ସ୍ୱରୂପ ବୋଲି କହିଥିଲେ ଏହି ଅନୁଷ୍ଠାନ ଏକ ଶୃଙ୍ଖଳିତ ଅନୁଷ୍ଠାନ ଏଥିରୁ ବହୁ ଛାତ୍ର ଛାତ୍ରୀ ଇଞ୍ଜିନିଅର ରୂପେ ବାହାରି ଅନୁଷ୍ଠାନ ର ନାଁ କୁ ବଢ଼ାଇ ଛନ୍ତି ବୋଲି ଶ୍ରୀମହାନ୍ତି କହିଥିଲେ ଲୋପାମୁଦ୍ରା ନିଜ ବକ୍ତବ୍ୟ ରେ କହିଥିଲେ ମୁଁ ପଢିଲା ସମୟରେ ରାୟଗଡା ସହର ରେ କେବଳ ଦୁଇଟି କଲେଜ ଥିଲା କିନ୍ତୁ ବର୍ତମାନ ବହୁତ କଲେଜ ସାଙ୍ଗ କୁ ବୈଷୟ କ ଅନୁଷ୍ଠାନ ମାନ ଗଢି ଉଠିଛି ଏଣୁ ଛାତ୍ର ଛାତ୍ରୀ ମାନେ ନିଜ କୁ ଉତ୍ତମ ନାଗରିକ ଭାବେ ଗଢି ତୋଳିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ଠିକ ସେହିପରି ମୁଖ୍ୟଅତିଥି ଋତୁରାଜ କହିଲେ ଆଜିର ୟୁବ ପିଡି ଦେଶର ଭବିଷ୍ୟତ ସେମାନଙ୍କ ଉପରେ ଦେଶ ନିର୍ଭର ତେଣୁକରି ସେମାନ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ର ଆବଶ୍ୟକ ରହିଛି ଦୀର୍ଘ ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଉପାଦକ୍ଷା ପି ଲକ୍ଷ୍ମୀ, ବବିତା ହୋତା ଅଧ୍ୟାପକ ବି ପ୍ରଶାନ୍ତ ସମ୍ବିତ କୁମାର ସୁଶ୍ରୀ ପି ଅଞ୍ଜଳି ସୁଶ୍ରୀ ରେଣୁକା ଆଚରି ଓ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ କୁ ସଫଳ କରବା ରେ ସାହାଯ୍ୟ କରିଥିଲେ ଅନୁଷ୍ଠାନ ର ଲୋକ ସମ୍ପର୍କ ଅଧିକାରୀ ଶିବ ପ୍ରସାଦ ମିଶ୍ର ଓ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *