Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୋ ଅନୁଷ୍ଠାନ ଶୁଭାରମ୍ଭ କଲା ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର ପ୍ରଦାନ କାର୍ଯ୍ୟକ୍ରମ

1 min read

ବାଲେଶ୍ବର,୧୪/୩– ଗଦ୍ଯ ସାହିତ୍ୟର ବିକାଶ ପାଇଁ ଗତ ୨୦୧୯ ମସିହାରେ ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢିଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ,ଆଳଦା, ଖଇରା,ବାଲେଶ୍ବର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରି ଆଉ ଏକ ପାହାଚରେ ପହଞ୍ଚିଛି ଯାହାଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ । ଓଡିଶା ସାହିତ୍ୟ ଜଗତରେ ଚର୍ଚ୍ଚାର ବିଷୟ ପାଲଟିଛି । ଯାହା କେବେକେହି ଚିନ୍ତା କରିନଥିଲେ ତାହା ଆଜି ମୋ ଅନୁଷ୍ଠାନ ଆରମ୍ଭ କରି ଦେଖେଇ ଦେଇଛି । ସାହିତ୍ୟ ବଞ୍ଚିଲେ ଦେଶ ବଞ୍ଚିବ ଓ ମାତୃଭାଷାର ଉନ୍ନତି ହେବ । ସାହିତ୍ୟକୁ ଛାଡି ଆମ୍ଭେ କେହି ବଞ୍ଚିପାରିବା ନାହିଁ । ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ହେଉଛି ସରକାରୀ ପଞ୍ଜିକୃତ ଅନୁଷ୍ଠାନ । ତେଣୁ ମୋ ଅନୁଷ୍ଠାନ ହ୍ଵାଟ୍ସଆପ୍ ଓ ଫେସବୁକ୍ ଗୃପରେ ବହୁ ପ୍ରତିଭାଧାରୀ ସାହିତ୍ଯିକ ଓ ସାହିତ୍ଯିକା ମାନେ ଗତ ୨୦୧୯ ମସିହା ଠାରୁ ଲେଖନୀ ମୁନରେ ସାହିତ୍ୟର ଉନ୍ନତି ପାଇଁ ଦିନରାତି ପରିଶ୍ରମ କରିଆସୁଛନ୍ତି । ହେଲେ ସେମାନଙ୍କ ସାହିତ୍ୟ ସାଧନାର ମୂଲ୍ୟ ଦେଉଛି କିଏ ? ନା ଦେଉଛି ରାଜ୍ୟ ସରକାର ,ନା ଦେଉଛି କେନ୍ଦ୍ର ସରକାର । ନା କୌଣସି ସାହିତ୍ୟକୁ ଭଲପାଉଥିବା ସ୍ବଚ୍ଛାସେବୀ ଅନୁଷ୍ଠାନ । କେହି ବୁଝିଲେ ନାହିଁ ସାହିତ୍ୟ ସାଧକମାନଙ୍କ ଦୁଃଖ । ଦେଲେ ନାହିଁ କୌଣସି ପ୍ରୋତ୍ସାହନ ରାଶି । ଯେଉଁଥିପାଇଁ ସାହିତ୍ୟ ସାଧକ/ସାଧିକା ମାନଙ୍କ ମନରେ ବିତୃଷ୍ଣା ଭାବ ଆସିଯାଇଥିଲା । ଲେଖାପ୍ରତି ଅଧିକ ସମୟ ଦେଉନଥିଲେ । ଠିକ୍ ଏତିକି ବେଳେ ମୋ ଅନୁଷ୍ଠାନ ସାହିତ୍ଯିକା/ସାହିତ୍ଯିକ ମାନଙ୍କୁ ଦେଇଛି ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର । ଆଜି ରବିବାର ପବିତ୍ର ସଂକ୍ରାନ୍ତି, ଏହି ଶୁଭ ଦିନରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ଓଡିଶାର ବିଭିନ୍ନ ଜିଲ୍ଲାର ସାହିତ୍ୟିକ/ସାହିତ୍ୟିକା ମାନଙ୍କୁ ମୋ ଅନୁଷ୍ଠାନ ପ୍ରଦାନ କରିଛି ସାହିତ୍ୟ ପ୍ରୋତ୍ସାହନ ରାଶି ଓ ପ୍ରମାଣ ପତ୍ର । ଏହାଦ୍ବାରା ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି ଆଶା କରାଯାଇଛି । ଆଜି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପରିସରରେ ଥିବା ପ୍ରାଥମିକ ଶିକ୍ଷକ ଭବନରେ ଏହାର ଶୁଭାରମ୍ଭ ହୋଇଛି ।

ହିନ୍ଦୀ ଶିକ୍ଷକ ଭରତ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ,ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭରତ ଚନ୍ଦ୍ର ଦାସ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ,ସମ୍ମାନିତ ବକ୍ତା ଭାବେ ଖଇରା ସରପଞ୍ଚ ସୁଦର୍ଶନ ସେଠୀ ଓ ଧରିତ୍ରୀ ସାମ୍ବାଦିକ ଉତ୍କଳବନ୍ଧୁ ପଣ୍ଡା ପ୍ରମୁଖ ଯୋଗଦେଇ ବକ୍ତବ୍ୟଦେବା ସହିତ ” ମୋ ଅନୁଷ୍ଠାନ ” ପ୍ରତିଷ୍ଠାତା ଓ ସମ୍ପାଦକଙ୍କର ଏଭଳି ଆଶ୍ଚର୍ଯ୍ୟ ଜନକ କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ । ସମ୍ପାଦକ କାର୍ଯ୍ୟକ୍ରମର ଆଭିମୁଖ୍ୟ ସ୍ପଷ୍ଟ କରିବାପରେ ଆସିଥିବା ସାହିତ୍ୟିକ ବନ୍ଧୁ ମାନେ ମଧ୍ୟ ସାହିତ୍ୟକୁ ନେଇ ନିଜନିଜର ବକ୍ତବ୍ୟ ରଖିଥିଲେ । ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କ ଦ୍ବାରା ସାହିତ୍ଯିକ ରବୀନ୍ଦ୍ର କୁମାର ସ୍ବାଇଁ, ଭୁବନେଶ୍ୱର, ସୀମାଞ୍ଚଳ ପଣ୍ଡା, ଡେଙ୍ଗାଡି, ଗଞ୍ଜାମ ଓ ଅଜିତ କୁମାର ତ୍ରିପାଠୀ, କୁଲାଡ, ଗଞ୍ଜାମଙ୍କୁ ସାହିତ୍ୟ ପ୍ରୋତ୍ସାହନ ପ୍ରମାଣ ପତ୍ର ସହିତ ୯୦୦ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ପ୍ରକାଶ ଥାଉକି ମାସକୁ ୩ଶହ ଟଙ୍କା କରି ୩ ମାସର ମୋଟ ୯୦୦ଟଙ୍କା ପ୍ରଦାନ କରାଯାଇଥିଲା । ପ୍ରତି ୩ ମାସରେ ଥରେ ପ୍ରଦାନ କରାଯିବ ଅତିଥି ମାନଙ୍କ ଦ୍ବାରା ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ପ୍ରକାଶ କରିଥିଲେ । ଏହାକେବେ ବନ୍ଦ ହେବନାହିଁ ସର୍ବଦା ଚାଲୁରହିବ ବୋଲି ସଭାରେ ଘୋଷଣା କରିଥିଲେ ସମ୍ପାଦକ । ଏଥି ସହିତ ମମତାମୟୀ ବିଶ୍ବକଲ୍ଯାଣୀ ରାଉତ,ଷଡ଼ଙ୍ଗ, କେନ୍ଦୁଝର, ବାସନ୍ତୀ ଲତା ଜେନା,ଗାନ୍ଧିନଗର, ନବରଙ୍ଗପୁର, ସରସ୍ବତୀ ପଣ୍ଡା, ଶ୍ରୀରାମପୁର, ଯାଜପୁର, ଏଲୀ ଦାସ,ମଠତେନ୍ତୁଳିଆ,ଢେଙ୍କାନାଳ, ସୁଜାତା ମହାନ୍ତି, ତୁଳସୀପୁର, କଟକ,ରୁକ୍ମଣୀ ସାହୁ,ଉଦଳା,ମୟୂରଭଞ୍ଜ, ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ, ନୃସିଂହାନନ୍ଦ ମହାପାତ୍ର, ମାଷ୍ଟ୍ରପଡା, କନ୍ଧମାଳ, ସନ୍ଧ୍ୟାରାଣୀ ଦାଶ,ଜଗତସିଂହପୁର ଓ ସଂଯୁକ୍ତା ସାହୁ,ରାହାମା, ଜଗତସିଂହପୁର କୌଣସି କାରଣରୁ ଆସିପାରି ନଥିବାରୁ ସେମାନଙ୍କ ନାମ ଘୋଷଣା କରାଯାଇଥିଲା । ଡାକଦ୍ବାରା ସେମାନଙ୍କ ପ୍ରମାଣ ପତ୍ର ଓ ରାଶି ପଠାଇଦିଆଯିବ । ଚଳିତ ବର୍ଷ ଡିସେମ୍ବର ମାସ ବାର୍ଷିକ ଉତ୍ସବରେ ଏକହଳ ପୋଷାକ ଦିଆଯିବ ବୋଲି ମଧ୍ୟ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଘୋଷଣା କରିଥିଲେ । ସାରକୋଣା ସ୍କୁଲର ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ କରୋନା ସମ୍ବନ୍ଧୀୟ ସଂଳାପ ଉପସ୍ଥିତ ସାହିତ୍ୟ ସାଧକମାନଙ୍କୁ ବେଶ୍ ଆକୃଷ୍ଟ କରିଥିଲା । ଏଥିରେ ବହୁ ସାହିତ୍ୟ ସାଧକ ବନ୍ଧୁ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଶେଷରେ ସମ୍ପାଦକଙ୍କ ଧନ୍ୟବାଦ ଅର୍ପଣ ପରେ ସଭାପତି ସଭାସାଙ୍ଗ କରିଥିଲେ ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *