Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମାଓ ବିସ୍ପୋରକ ସାମଗ୍ରୀ ଜବତ…

1 min read

ମାଲକାନଗିରି (ସଖପ୍ର):କିଛି ଦିନର ନିରବତା ପରେ ପୁଣି ମାଲକାନଗିରି ପୋଲିସକୁ ମିଳିଲା ଏକ ବଡ଼ ସଫଳତା । “ଅପରେସନ ଖୋଜ” ର କୁମ୍ବିଙ୍ଗ ଅପରେସନ ସମୟରେ ଜବତ ହେଲା ମାଓବାଦୀଙ୍କ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର । ଜବାନଙ୍କ ଉପରେ ହୋଇଥାନ୍ତା ବଡ଼ ଧରଣର ଆକ୍ରମଣ ତେବେ ତାହା ଘଟିବା ପୂର୍ବରୁ ଲାଲବାହୀନିର ଯୋଜନାକୁ ଭଣ୍ଡୁର କରିଛି ମାଲକାନଗିରି ପୋଲିସ । ଏହି ସବୁ ଅସ୍ତ୍ରଶସ୍ତ୍ର କୁମ୍ବିଙ୍ଗ ଅପରେସନରେ ଯାଉଥିବା ଯବାନ ଓ ଉକ୍ତ ଅଞ୍ଚଳରେ ରହୁଥିବା ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ସାଜିଥାନ୍ତା କାଳ, ତେବେ ଏହା ପୁର୍ବରୁ ହିଁ ଏହାକୁ ଭଣ୍ଡୁର କରିବାରେ ସକ୍ଷମ ହୋଇଛି ମାଲକାନଗିରି ପୋଲିସ। ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯୋଡ଼ାମ୍ବ ଥାନା ଅନ୍ତର୍ଗତ ଡ଼ାବୁଗୁଡ଼ା ଓ ଅରିଙ୍ଗିପଦର ଅଞ୍ଚଳରେ ଡିବିଏଫ, ଏସଓଜି ଯବାନଙ୍କ ସହ ବି.ଏସ.ଏଫ ର ଜବାନ ମାନେ କୁମ୍ବିଙ୍ଗ ଅପରେସନ କରୁଥିବା ସମୟରେ ଗୁଇନ୍ଦା ସୂଚନା ଆଧାରରେ ମାଟିତଳୁ ଏକ ଡ଼ମ୍ପକୁ ବାହାର କରିଥିଲେ ଯେଉଁଥିରେ ଅନେକ ବିସ୍ପରୋକ ସାମଗ୍ରୀ ରହିଥିବା ବେଳେ ଦେଶୀ ବନ୍ଧୁକ , ଜୀବନ୍ତ ଗୁଳି , କେଡେକ୍ସ ୱାଇର , ଆଇଇଡି , ଟିଫିନ୍ ବୋମା , ମାଓ କୀଟ ବ୍ୟାଗ୍ , ମାଓ ପୁସ୍ତକ ଏହିଭଳି ମୋଟ ୬୨ ଗୋଟି ମାଓ ସାମଗ୍ରୀ ରହିଛି । ପୋଲିସ ସୁଚନା ମୁତାବକ ଏହି ସବୁ ସାମଗ୍ରୀ ସାଧାରଣ ଜନତା ଓ କୁମ୍ବିଙ୍ଗ ଅପରେସନରେ ଯାଉଥିବା ଯବାନଙ୍କ ଉପରେ ବ୍ୟବହାର ହୋଇଥାନ୍ତା କିନ୍ତୁ କିଛି ଅଘଟଣ ଘଟିବା ପୂର୍ବରୁ ହିଁ ଆମର ବୀର ଜବାନ ମାନେ ଏହାକୁ ଭଣ୍ଡୁର କରିଛନ୍ତି । ଏକ ପ୍ରେସ ନୋଟ ମାଧ୍ୟମରେ ମାଲକାନଗିରି ଏସପି ନୀତିଶ ୱାଧୱାନି ସୂଚନା ଦେଇଛନ୍ତି ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *