Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ପୂର୍ବତନ ବିଧାୟକ ଶ୍ରୀ ମାନସ ମାଡକାମିଙ୍କ ଶିଖପାଲ୍ଲୀ ଗସ୍ତ…

1 min read

ମାଲକାନଗିରି (ସଖପ୍ର):ମାଲକାନଗିରି ଜ଼ିଲ୍ଲା ସଦର ବ୍ଲକ ଶିଖପାଲ୍ଲି ଗ୍ରାମ ପଞ୍ଚାୟତ ଶିଖପାଲି ଗ୍ରାମର ଶହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆଜି ମାଲକାନଗିରି ଜ଼ିଲ୍ଲା ଟାଣୁଆ ନେତା ତଥା ପୁର୍ବତନ ବିଧାୟକ ଶ୍ରୀ ମାନସ ମାଡକାମିଙ୍କୁ ଶହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟରେ ଡାକି ବିଦ୍ୟାଳୟ ପରିଦର୍ଶନ କରାଇଥିଲେ ଓ ବିଦ୍ୟାଳୟରେ ନିର୍ମାଣ ହୋଇ ଥିବା ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ସମ୍ପୂର୍ଣ୍ଣ ହୋଇଯାଇଛି କିନ୍ତୁ ବିଦ୍ୟାଳୟର ପିଇବା ପାଣିର ବ୍ୟବସ୍ଥା ଓ ଅଲୋକିକରଣର ବ୍ୟବସ୍ଥା ହୋଇ ନଥିବା ବେଳେ ଆଜି ପୁର୍ବତନ ବିଧାୟକ ମାନସ ମାଡ଼କମି ଉକ୍ତ ବିଷୟରେ ମାଲକାନଗିରି ଜିଲ୍ଲାପାଳ ବିଶାଳ ସିଂ ଓ ଅତିରିକ୍ତ ଜିଲ୍ଲାପାଳ ତ୍ରିନାଥ ମାଝୀଙ୍କ ସହ ଫୋନ ମାଧ୍ୟମରେ କଥାବାର୍ତା କରିଥିବା ବେଳେ ଯଥା ଶୀଘ୍ର ଏହି ଅସମ୍ପୂର୍ଣ୍ଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ପାଳ ଶ୍ରୀ ସିଂ ଜଣାଇଲେ । ଏହି ଅବସରରେ ବିଦ୍ୟାଳୟ ଉନ୍ନୟନ କମିଟି ସଭାପତି ତଥା ପୁର୍ବତନ ସରପଞ୍ଚ ମୁକ୍କା ମାଡକାମି, ସୋମନାଥ ମାଢ଼ି, ପ୍ରଧାନ ଶିକ୍ଷକ ନାରାୟଣ ମହାରଣା,ମନୋଜ ରାୟ ପ୍ରମୁଖ ଉପସ୍ଥିତ ଥିଲେ ।

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *