Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମହିଳାଙ୍କୁ ସରକାରୀ କ୍ୱାର୍ଟର୍ସକୁ ନେଇ ଦୁଷ୍କର୍ମ ଉଦ୍ୟମ

1 min read

ଆନନ୍ଦପୁର: ସରକାରୀ କ୍ୱାର୍ଟର୍ସରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ହୋଇଛି। ବସ୍‌ ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିବା ମହିଳାଙ୍କୁ ଅପହରଣ ପରେ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ କରିଛନ୍ତି ମହିଳା । କେନ୍ଦୁଝର ଜିଲ୍ଲା ଶାଳପଡ଼ା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି ।
ସୂଚନା ଅନୁଯାୟୀ, ଯାଜପୁର ଅଞ୍ଚଳର ଜଣେ ମହିଳା ଶାଳପଡ଼ା ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ଘରେ ପହଞ୍ଚାଇ ଦେବାକୁ କହି ୫ଜଣ ଯୁବକ ମହିଳାଙ୍କ ମନରେ ବିଶ୍ବାସ ଜନ୍ମାଇ ସ୍ଥାନୀୟ ଜଳସମ୍ପଦ ବିଭାଗର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ମାଡ଼ ମାରିବା ସହ ଦୁଷ୍କର୍ମ କରିବାକୁ ଉଦ୍ୟମ ହୋଇଥିବା ମହିଳା ଜଣଙ୍କ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ୫ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *