Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଭଦ୍ରକ ମହାବିଦ୍ୟାଳୟ ପରିସରରେ ଅତ୍ୟାଧୁନିକ ତତ୍କାଳ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ

1 min read

ଭଦ୍ରକ(ସଖପ୍ର):ଭଦ୍ରକ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ପାଇଁ ତତ୍କାଳ ଚିକିତ୍ସା ସେବା ଯୋଗାଇ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଧାୟକ ସଂଜୀବ ମଲ୍ଲିକଙ୍କ ସହାୟତାରେ ଭଦ୍ରକ ମହାବିଦ୍ୟାଳୟ ପରିସରରେ ଅତ୍ୟାଧୁନିକ କୋଭିଡ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ ହୋଇଛି। ୩ଶହ ଶଯ୍ୟା ବିଶିଷ୍ଟ ଏହି କୋଭିଡ କେୟାର ସେଣ୍ଟରରେ ଅକ୍ସିଜେନର ସୁବିଧା ସହିତ ଡାକ୍ତର ଓ ସ୍ଵାସ୍ଥ୍ୟକର୍ମୀଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଶହେ ରୋଗୀଙ୍କ ପାଇଁ ପ୍ରତ୍ୟେକ ରୁମରେ ଦୁଇଜଣ କୋଭିଡ ରୋଗୀଙ୍କ ଚିକିତ୍ସା କରାଯିବାର ବ୍ୟବସ୍ଥା କରାଯାଇଛି।ଭଦ୍ରକବାସୀ ନିର୍ଭୟରେ ଏଠାରେ ଚିକିତ୍ସା ହୋଇ ପାରିବେ ଏବଂ ସୁରକ୍ଷିତ ରହି ପାରିବେ ବୋଲି ବିଧାୟକ ଆଶା ବ୍ୟକ୍ତ କରିଛନ୍ତି । ଆସନ୍ତାକାଲି ଏହାର ଶୁଭାରମ୍ଭ ହେବାକୁ ଯାଉଛି ।


ଏହା ବିଧାୟକ ଶ୍ରୀ ମଲ୍ଲିକଙ୍କ ଆପ୍ରାଣ ଉଦ୍ୟମର ହୋଇପାରିଛି।ଦେଶରେ Oxygen ର ଅଭାବ ଥିବାବେଳେ ଭଦ୍ରକ ଜିଲ୍ଲାରେ କିପରି covid ରୋଗୀ ମାନେ ଉତ୍ତମ ଚିକିତ୍ସା ପାଇବେ ତାର ବ୍ୟବସ୍ଥା ହୋଇଥିବାରୁ ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଭଦ୍ରକରୁ ଆଶିଷ ରଞ୍ଜନ ପତି

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *